ଦୁଇ ଦିନିଆ ଆନ୍ତଃ ବିଦ୍ୟାଳୟ ବାଳକ ଓ ବାଳିକା କବାଡି ପ୍ରତିଯୋଗିତା ଉଦଘାଟିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଆଜି ପୁରୀ ଜିଲ୍ଲା ସ୍କୁଲ ଠାରେ ନୀତା ଫୁଟବଲ ଏକାଡେମୀ ଓ ପୁରୀ ଜିଲ୍ଲା ସ୍କୁଲ ସ୍ପୋର୍ଟସ ଜୋନର ମିଳିତ ଆନୁକୁଲ୍ୟରେ ଦୁଇ ଦିନିଆ ଆନ୍ତଃ ବିଦ୍ୟାଳୟ ବାଳକ ଓ ବାଳିକା କବାଡି ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ପୁରୀ ଓକିଲ ସଂଘର ସମ୍ପାଦକ ଆଡଭୋକେଟ ବିଭୂତି ଶଙ୍କର ତ୍ରିପାଠୀ, ପୁରୀ ଜିଲ୍ଲା ଆଥଲେଟିକ ଆସୋସିଏସନ ର ସମ୍ପାଦକ ଶ୍ରୀଯୁକ୍ତ ରବି ଶଙ୍କର ପ୍ରତିହାରୀ, ପୁରୀ ଜିଲ୍ଲା ସ୍କୁଲ ପ୍ରାକ୍ତନ ଛାତ୍ର ସଂସଦର ସଭାପତି ଶ୍ରୀଯୁକ୍ତ ରାଜ କିଶୋର ପାତ୍ର, ସମ୍ପାଦକ ଶ୍ରୀଯୁକ୍ତ ରବି ନାରାୟଣ ସାହୁ, ନୀତା ଫୁଟବଲ ଏକାଡେମୀର ଆଇନ ପରାମର୍ଶଦାତା ଆଡଭୋକେଟ ଦୀପକ କୁମାର ଦାସ, ଇଞ୍ଜିନିୟର ଭିପୁଲ ସିନ୍ହା ତଥା ପୁରୀ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀମତୀ ଜ୍ୟୋତିର୍ମୟୀ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ପୁରୀ ମୁନିସିପାଲିଟି ଅଞ୍ଚଳର ୯ ଗୋଟି ବାଳକ ଦଳ ତଥା ୮ ଗୋଟି ବାଳିକା ଦଳ ଅଂଶ ଗ୍ରହଣ କରୁଛନ୍ତି । କ୍ରିଡ଼ା ଶିକ୍ଷକ ଶ୍ରୀଯୁକ୍ତ ସଦାଶିବ ସାହୁଙ୍କ ତତ୍ତ୍ଵାବଧାନରେ ଆଜିର ପ୍ରତିଯୋଗିତାଟି ପରିଚାଳିତ ହୋଇଥିଲା ତଥା ନୀତା ଫୁଟବଲ ଏକାଡେମୀର ସଭାପତି ଶ୍ରୀଯୁକ୍ତ ରାମ ନାଏକ, ସମ୍ପାଦକ ଆଡଭୋକେଟ ସତ୍ୟବ୍ରତ ଷଡ଼ଙ୍ଗୀ, କ୍ରିଡ଼ା ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ବେହେରା, ଅଭିମନ୍ୟୁ ଶତପଥୀ, ଡ଼ାକ୍ତର କୁମାର ଅରୋଜ୍ୟୋତି, ଶେଫାଳୀ ପତି ଓ ଗାୟତ୍ରୀ ସେଠୀ ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ପ୍ରତିଯୋଗିତାଟି ଉଦଯାପିତ ହେବ ।

Leave a Reply

Your email address will not be published. Required fields are marked *