ନିଆଁରେ ପୋଡ଼ି ଦୁଇ ବଖରା ଘର ନଷ୍ଟ

Spread the love

ଖଇରା, (ନାଗରାଜ ନ୍ୟୁଜ): ଆଖି ପିଛୁଳାକେ ଜଳିଗଲା ଦୁଇ ବଖରା ଘର। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରଡ଼ାଙ୍ଗ ପଞ୍ଚାୟତ ଅଧୀନ ହରନବାବି ଗ୍ରାମରେ ରଞ୍ଜନ ଲେଙ୍କା ଘରେ ଘଟିଛି ଏଭଳି ଅଘଟଣ। ଅପରାହ୍ନ, ସମୟରେ ଅଚାନକ ଘର ର ମଥାନ ରେ ନିଆଁ ଲାଗି ଯାଇଥିଲା। ପରିବାର ଲୋକେ ଦେଖି ଗ୍ରାମ ବାସୀ ଙ୍କ ସହଯୋଗ ରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁ କୁ ସମ୍ପୂର୍ଣ୍ଣ ଆୟତ କରି ପାରିନଥିଲେ। ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିବାରୁ ପ୍ରଥମେ ଖଇରା ଏବଂ ପରେ ଅଡ଼ା ଦମକଳ କେନ୍ଦ୍ର ଆସି ନିଆଁ କୁ ଆୟତ କରିଥିଲେ। ମାତ୍ର ନିଆଁ ଆୟତ ହେବାକୁ ସବୁ କିଛି ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା। ନିଆଁ ର ପ୍ରକୋପ ଅଧିକ ଥିବାରୁ ମାତ୍ର କିଛି ମିନିଟ୍ ମଧ୍ୟରେ ଘର ର ଆସବାବ ପତ୍ର ସହ ସବୁ କିଛି ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା । ୧ ଲକ୍ଷ ଟଙ୍କାରୁ ଅଧିକ ନଷ୍ଟ ହୋଇଛି ବୋଲି ଆକଳନ କରାଯାଇଛି ।

ବାଲେଶ୍ୱର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ 

Leave a Reply

Your email address will not be published. Required fields are marked *