ପୁରୀ,(ନାଗରାଜ ନ୍ୟୁଜ): ଶ୍ରୀମନ୍ଦିରରେ ଅଘଟଣ । ଗରମ ଡାଲି ପଡି ପୋଡିଗଲା ଗୋଡ । ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପ ନିକଟ ପାହାଚ ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆହତ ବୋଝିଆ ଜଣକ ହେଉଛନ୍ତି ପୁରୀ ସଦର ବିଲାକେରା ଗ୍ରାମର ବିନାୟକ ମହାପାତ୍ର। ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିବା ବେଳେ ଗରମ ଡାଲି ପଡିଯିବା ଯୋଗୁ ତାଙ୍କ ଡାହାଣ ପାର୍ଶ୍ଵ ଗୋଡ ପୋଡିଯାଇଛି । ତେବେ ଏନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତିରେ କୈାଣସି ପ୍ରଭାବ ପଡିନଥିବା ସୂଚନା ମିଳିଛି । ବାରମ୍ବାର ଭୋଗ ମଣ୍ଡପ ପାହାଚ ରେ ଏଭଳି ଦୁର୍ଘଟଣା ଘଟୁଥିବା ବେଳେ ଏହି ପାହାଚ କୁ ସୁବ୍ୟବସ୍ଥିତ କରିବା ପାଇଁ ଦାବି କରିଛନ୍ତି ବୋଝିଆ ।