ନେତାଜୀଙ୍କ ଜନ୍ମସ୍ଥାନରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Spread the love

କଟକ,(ନାଗରାଜ ନ୍ୟୁଜ): ନେତାଜୀଙ୍କ ଜନ୍ମସ୍ଥାନରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନେତାଜୀ ସଂଗ୍ରହାଳୟ ବୁଲିଛନ୍ତି ଶାହ । ତେବେ ଏହି ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନେତାଜୀ ସଂଗ୍ରହାଳୟରେ ପହଞ୍ଚିଛନ୍ତି । ଶାହଙ୍କ ଏହି ଗସ୍ତରେ ୩୦ ପ୍ଲାଟୁନ ଫୋର୍ସ ସହ କେନ୍ଦ୍ରୀୟ ସୁରକ୍ଷା ବଳୟ ମଧ୍ୟ ରହିଛନ୍ତି । ଦୁଇ ଦିନିଆ ଗସ୍ତରେ ଥିବା ଶାହ ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛନ୍ତି । କଟକ ଇନଡୋର ଷ୍ଟାଡିୟମରେ ଏହି ସମାରୋହରେ ଯୋଗ ଦେବା ପରେ ଶାହ ଭୁବନେଶ୍ବର ଫେରି ଦଳୀୟ କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ ।କଟକ ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଶ୍ରୀଯୁକ୍ତ ସହାଙ୍କୁ ଦଳୀୟ କର୍ମୀ ଓ ନେତାମାନେ ସମ୍ୱର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *