ଲାଭାର୍ଥି ସମାବେଶ ଯୋଗଦେଲେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ, ସେପଟେ କଳାପତାକା ଦେଖାଇ ଘୋର ବିରୋଧ କାଲା କଂଗ୍ରେସ

Spread the love

ବାଙ୍କୀ,(ନାଗରାଜ ନ୍ୟୁଜ): ବାଙ୍କୀ ନିର୍ବାଚନ ମଣ୍ଡଳୀର ଯାତମୁଣ୍ଡିଆ ଛକ ଗୋଦାମ ଗୃହ ଠାରେ ଆଜି ବିଜେପି ନେତା ଶୁଭ୍ରାଶୁ ମୋହନ ପାଢ଼ୀଙ୍କ ନେତୃତ୍ୟୁରେ ଲାଭାର୍ଥି ସମାବେଶ ଅନୁଷ୍ଠିତ । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଭାରତ ସରକାରଙ୍କ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।ସେପଟେ ଏହି ଲାଭାଥ୍ରୀ ସମାବେଶରେ ଶତାଧିକ ବିଜେପି କର୍ମୀ ଓ ନେତା ହୋଇଥିଲେ ସାମିଲ । ଏହି ସମାବେଶ ର ମୂଖ୍ୟ ଉଦ୍ଦେଶ୍ୟ ରହିଥିଲା କେନ୍ଦ୍ର ସରକାରଙ୍କର ସମସ୍ତ ଗରିବ କଲ୍ୟାଣ ଯୋଜନା ଗୁଡିକର ସଫଳ ରୂପାୟନ ନେଇ ତଳସ୍ତରରେ ପହଁଚି ସାଧାରଣ ଲୋକଙ୍କ ସହିତ କରିଥିଲେ ଆଲୋଚନା. ଏହାର ଫାଇଦା ଲୋକେ କେତେ ପାଇ ପାରିଛନ୍ତି ସେ ସମ୍ବଦ୍ଧରେ ସାଧାରଣ ଲୋକଙ୍କୁ କରାଇଥିଲେ ଅବଗତ. ସେପଟେ ବିଜେପିର ଏ ଲାଭାର୍ଥ ସମାବେଶ ରେ ରାଜ୍ୟ ବିଜେପି ର ବହୁ ଉଚ୍ଚ ପଦାଧିକାରୀ ଦେଇଥିଲେ ଯୋଗ । ସେପଟେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ରାୟ ଙ୍କ ବାଙ୍କୀ ଗ୍ରସ୍ଥକୁ ନେଇ ଯୁବକଂଗ୍ରେସ ପକ୍ଷରୁ ପାଥପୁର ଠାରେ କରିଥିଲେ କଳା ପତାକା ପଦର୍ଶନ. ସେପଟେ ମନ୍ତ୍ରୀଙ୍କ ଗ୍ରସ୍ତ ପୂର୍ବ ରୁ ପୋଲିସ ୧୩ ଜଣ କଂଗ୍ରେସ କର୍ମି ଙ୍କୁ ଉଠାଇ ନେଇ ବାଙ୍କୀ ଥାନାରେ ରଖିଛି ଅଟକ ।

Leave a Reply

Your email address will not be published. Required fields are marked *