ଅଶାନ୍ତ ଖତକୁରବାହାଲ

Spread the love

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଧୀନରେ ଥିବା ଖତକୁରବାହାଲ ଗ୍ରାମ ଦିନକୁଦିନ ଅଶାନ୍ତ ହେବାରେ ଲାଗିଛି।GSW କମ୍ପାନୀ ଗ୍ରାମବାସୀ ଙ୍କ ସହିତ ଆପୋଷ ସମାଧାନ ନକରି ଦାଦାଗିରି କରି ଲୋକଙ୍କ ଜମି ନିଜ ଅକ୍ତିଆରକୁ ନେଉଥିବା ଏବଂ ଖଣିରେ ବ୍ଳାଷ୍ଟିଙ୍ଗ ଯୋଗୁଁ ଗ୍ରାମବାସୀ ଙ୍କ ଘର, ବିଦ୍ୟାଳୟ, ମନ୍ଦିର,ମସ୍ ଜିଦ୍ ସବୁ କ୍ଷତିଗ୍ରସ୍ତ ହେଉଥିବା ବେଳେ, କମ୍ପାନୀ କତୃପକ୍ଷ ସେଥିପାଇଁ ଆଖି ବୁଜିଦେଉଥବାରୁ ଗ୍ରାମବାସୀ ମାନେ କମ୍ପାନୀ ବିରୋଧରେ ବାରମ୍ବାର ସ୍ବରଉତ୍ତୋଲନ କରୁଛନ୍ତି । କମ୍ପାନୀ ପ୍ରଶାସନ କୁ ଅନ୍ଧାରରେ ରଖି ଗ୍ରାମବାସୀ ଙ୍କୁ ନାଲି ଆଖି ଦେଖାଇ ସେମାନଙ୍କ ଜମିକୁ ଜୋର୍ ଜବରଦସ୍ତ ଅକ୍ତିଆର କରୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । କ୍ଷତିଗ୍ରସ୍ତ ପରିବାରଙ୍କୁ ଉଚିତ ମୂଲ୍ୟରେ କ୍ଷତିପୂରଣ ଦେବା ସହିତ ଖଣି ପାଖରେ ଥିବା ଘର, ବିଦ୍ୟାଳୟ ଗୁଡିକୁ ଉଚିତ ସ୍ଥାନରେ ବିସ୍ଥାପିତ କରିବାପାଇଁ କମ୍ପାନୀ କର୍ତ୍ତୁପକ୍ଷଙ୍କୁ ଗ୍ରାମବାସୀ ଅନୁରୋଧ କରୁଛନ୍ତି ।

ହେଲେ କମ୍ପାନୀ କତୃପକ୍ଷ ଗ୍ରାମବାସୀ ଙ୍କ କଥା କୁ ଭୃକ୍ଷେପ ନକରି ପୋଲିସ ସହାୟତାରେ ଲୋକଙ୍କୁ ଜେଲ୍ ପଠାଉଥିବା ରୁ ଗ୍ରାମରେ ବର୍ତ୍ତମାନ ଲୋକେ ଭୟଭୀତ ହେବା ସହିତ ଉତ୍ତେଜନା ଏବଂ ଅଶାନ୍ତ ସୃଷ୍ଟି ହୋଇଛି ବୋଲି ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଶାନ କ୍ଷୋଭର ସହିତ ସାମ୍ବାଦିକ ମାନଙ୍କୁ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ପ୍ରଶାସନ ଙ୍କ ମଧ୍ୟସ୍ଥି ରେ ଗ୍ରାମବାସୀ ଏବଂ କମ୍ପାନୀ କତୃପକ୍ଷ ଆପୋଷ ସମାଧାନ କରିବା କଥା । ଏହାଦ୍ବାରା ଗ୍ରାମବାସୀ ଉପକୃତ ହେବା ସହିତ କମ୍ପାନୀ ମଧ୍ୟ ଖଣିକାମ ସୁରୁଖୁରୁରେ କରି ପାରିବ। କମ୍ପାନୀ ଜାଣିଜାଣି ଗ୍ରାମରେ ଅଶାନ୍ତି ସୃଷ୍ଟି କରୁଛି । ଗ୍ରାମରେ ବାରମ୍ବାର ପୋଲିସ ଫୋର୍ସ ମୃତୟନକରି କମ୍ପାନୀ ଗ୍ରାମବାସୀ ଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି । ତେଣୁ କମ୍ପାନୀ କର୍ତ୍ତୃପକ୍ଷ ପ୍ରଶାସନ ର ମଧ୍ୟସ୍ଥତା ରେ ଗ୍ରାମବାସୀ ଙ୍କ ସହିତ ଆପୋଷ ସମାଧାନ କରିବା ଉଚିତ ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *