ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥ ଶର୍ମାଙ୍କ ପ୍ରତିମୂର୍ତ୍ତି ଅନାବରଣ

Spread the love

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛକରେ ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥ ଶର୍ମାଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି । ତାଙ୍କ ୩୩ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି ସଂସଦ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପ୍ରତିମୂର୍ତ୍ତି ଅନାବରଣ ଏବଂ ପୁରୀ ସୁନ୍ଦର ଜାଗା କଲ୍ୟାଣ ମଣ୍ଡପ ପରିସରରେ ଏନେଇ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ସମର୍ଥ ବର୍ମା, ସାଂସଦ ଅଚ୍ୟୁତ ସାମନ୍ତ, ସଂଗଠକ ନିରଞ୍ଜନ ରଥ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ପ୍ର. ହରିହର ହେତା, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୁରେନ୍ଦ୍ର କୁମାର ମିଶ୍ର, ବାବାଜୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ବଦ୍ରି ମିଶ୍ର କାର୍ଯ୍ୟକ୍ରମ ପରିଚାଳନା ଏବଂ ସୂର୍ଯ୍ୟନାରାୟଣ ରଥଶର୍ମା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଭାସ୍କର ମିଶ୍ର, ସେବାୟତ ହରିହର କର, କାହ୍ନୁ ପୂଜାପଣ୍ଡା ସାମନ୍ତ, ସୁବାସ ଚନ୍ଦ୍ର ପୁଷ୍ପାଳକ, ହଳଧର ଦାସ ମହାପାତ୍ର, ରଞ୍ଜନ ଶତପଥି, ରାମକୃଷ୍ଣ ପତି, ଶ୍ୟାମପ୍ରକାଷ ସେନାପତି ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଉପଜିଲ୍ଲାପାଳ ଭବତାରଣ ସାହୁ ଏବଂ ପୁରୀ ପୌର କାର୍ଯ୍ୟନିର୍ବାହୀ ସରୋଜ କୁମାର ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଭଜନ ସମାରୋହ ହୋଇଥିଲା। ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ନମିତା ପାଣିଗ୍ରାହୀ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ ।

Leave a Reply

Your email address will not be published. Required fields are marked *