ଉପଭୋକ୍ତା ବିକ୍ରେତା ସମାବେଶ, ଦକ୍ଷତା ଭିତ୍ତିକ ତାଲିମ କାର୍ଯ୍ୟକ୍ରମ

Spread the love

କଟକ,(ନାଗରାଜ ନ୍ୟୁଜ): ପଞ୍ଚାୟତ ରାଜ ପାନୀୟ ଜଳ ବିଭାଗ ଓ ଓର୍ମାସ ପକ୍ଷରୁ ଯୋବ୍ରା ସ୍ଥିତ ନୌବାଣିଜ୍ୟ ସଂଗ୍ରାଳୟ ଠାରେ ଉପଭୋକ୍ତା ବିକ୍ରେତା ସମାବେଶ ସହିତ ଦକ୍ଷତା ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲାର 8ଟି ମହିଳା ଙ୍କ ନେତୃତ୍ବରେ ଚାଲିଥିବା କୃଷକ ଉତ୍ପାଦନ ସଂସ୍ଥା ପାଇଁ ଏକ ପ୍ରଦର୍ଶନୀ ସହିତ କ୍ରେତା ବିକ୍ରେତା ସମ୍ମିଳନୀ ଦକ୍ଷତା ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହାର ମୁଖ୍ୟ ଉଦେଶ୍ୟ କୃଷକ ଉତ୍ପାଦକ ସଂଗଠନ ରେ ଥିବା ମହିଳା ମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ବଜାର ର ବାତାବରଣ ଅବଗତ କରାଇବା ଅଧିକ ବ୍ୟବସାୟୀ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି ସମାବେଶ ଅନୁଷ୍ଠିତ ହୋଇଛି l ବରିଷ୍ଠ ପ୍ରଶାସକ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ପୁନମ ଗୁହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମାବେଶ କୁ ଉଦଘାଟନ କରିକହିଲେ ଓଡିଶା ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ଆତ୍ମ ନିର୍ଭରଶିଳ କରିବା ପାଇଁ ଯୋଜନା କରାଯାଇଛି l ବିଶେଷ କରି ମହିଳା ମାନଙ୍କ ଦ୍ୱାରା କୃଷି ଉତ୍ପାଦନ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଅ ଯାଇଛି l କଟକ ଜିଲ୍ଲା ପାଳ ଭବାନୀ ସଙ୍କର ଚୟିନୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଅମ୍ବର କୁମାର କର ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଯୋଗ ଦେଇ କହିଲେ ଏହି କାର୍ଯ୍ୟକ୍ରମ ଘରୋଇ ଏବଂ ରାଜ୍ୟ ବାହାରୁ ଆସୁଥିବା ଗ୍ରାମୀଣ ଉପଭୋକ୍ତା ଏବଂ ବିକ୍ରେତା ଙ୍କ ମଧ୍ୟରେ ସିଧା ସଳଖ ଯୋଗ ସୂତ୍ର ସହାୟକ ହେବ l ଏହି କର୍ମଶାଳା ଏକ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ ଶିବିର ଏଥିରେ କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀ ଡ଼କ୍ଟର ତୁଷାର ରଞ୍ଜନ ସାହୁ, ଡ଼କ୍ଟର ସୁଜାତା ସେଠି ଯୋଗ ଦେଇ କୃଷି ଓ ଉଦ୍ୟାନ ର ପରିଚଳନା ଉପରେ ଆଲୋକପାତ କରିଥିଲେ l ଓର୍ମାସ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିପିନ ବିହାରୀ ରାଉତ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ l ଓଡିଶା ଏବଂ ଓଡିଶା ବାହାରୁ ବୋହୁ କ୍ରେତା ବିକ୍ରେତା ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *