ଖଡ଼ିଆଳ ରେଞ୍ଜରଙ୍କ ଘରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

Spread the love

ମାଲକାନାଗିରି: ଗୁରୁବାର ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଦାନନ୍ଦ ସୁନାନୀଙ୍କ ଘର ଉପରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଜୟପୁର ଭିଜିଲାନ୍ସ ବିଭାଗ ତରଫରୁ ତାଙ୍କ ସରକାରୀ ବାସଭବନ, ପୈତୃକ ଗ୍ରାମ ନିଲଜି ଏବଂ ମାମୁଘର ନେହେନାଠାରେ ଚଢ଼ାଉ କରିଥିବା ସୂଚନା ମିଳିଛି। ମାଲକାନଗିରି ଡିଏସପି ଏସ.କେ.ବିଶ୍ବାଳଙ୍କ ନେତୃତ୍ବରେ ନବରଙ୍ଗପୁର ଭିଜଲାନ୍ସ ଅଧିକାରୀ କଳାବତୀ ବାଗ, ଭୀମସେନ ପୂଜାରୀ ସହ ଅନେକ କର୍ମଚାରୀ ଏହି ଚଢାଉରେ ସାମିଲ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *