ମିଲର ମନମାନୀ ଯୋଗୁଁ ମଣ୍ଡିରେ ଭିଜିଲା ଚାଷୀଙ୍କ ଧାନ

Spread the love

ବାଙ୍କି: ମିଲର ମନମାନୀ ଯୋଗୁ ଏବେ ମଣ୍ଡିରେ ଭିଜିଲା ଚାଷୀଙ୍କ ଶହଶହ କୁଇଣ୍ଟାଲ ଧାନ ।ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଢ଼ଂସର ସେବା ସମବାୟ ସମିତିରେ । ଏସ କେ ଡି ନାମଙ୍କ ମିଲରର ମାନମାନି ଯୋଗୁଁ ବଳିପଡିଲେ ଚାଷୀ । ଏପଟେ ବାତ୍ୟା ୟାଶର ପ୍ରଭାବରେ ଏବେ ଲାଗି ରହିଛି ଝିପି ଝିପି ବର୍ଷା । ଆଉ ଭିଜୁଛି ଖୋଲା ଆକାଶ ତଳେ ଚାଷୀଙ୍କ ଶହଶହ କୁଇଣ୍ଟାଲ ଧାନ । ଅପର ପଟେ ମଣ୍ଡିରୁ ଧାନ ଚାଷୀଙ୍କ ଠାରୁ ଏସ କେ ଡି ମିଲର କିଣିବାପାଇଁ ଆସି ସେବା ସମିତି ଆଗରୁ ଫେରିଯିବା ନେଇ ଏବେ ଚାଷୀ ଅସନ୍ତୋଷ ଜୋର ଧରିଛି ।

ଘଟଣା ହେଉଛି ବାତ୍ୟା ୟାସ ଆସିବା ନେଇ ଚାଷୀ ମାନେ ନିଜର ଧାନ ମଣ୍ଡିରେ ଦେବାକୁ ଚାହିଁ ବସିଥିବାବେଳେ ସେପଟେ ମିଲର ମାନମାନି ତଥା ଧାନ ନନେଇ ଫେରିଯିବା ପଛର ଉଦେଶ୍ୟ କଣ ରହିଛି ତାହାକୁ ନେଇ ଏବେ ଘାରିଛି ଚାଷୀଙ୍କ ମୁଣ୍ଡରେ ଚିନ୍ତା । ଚାଷୀଙ୍କ ଧାନ ଏବେ ଖୋଲା ଆକାଶ ତଳେ ରାସ୍ତା କଡରେ ପଡିରହିଥିବାବେଳେ ଚାଷୀ ଏବେ କରିବେ କଣ ସେ ଚିନ୍ତାରେ ରହିଛନ୍ତି । ଖର୍ଚ୍ଚାନ୍ତ ହୋଇ ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ଆସିଥିବା ଚାଷୀ ବର୍ଷାରେ ଓଦା ହେବା ପୂର୍ବରୁ ମଣ୍ଡିରୁ ଧାନ ଉଠିବା ନେଇ ଦାବି ଜୋର ଧରିଛି । ଏଭିଳି ଚାଷୀଙ୍କୁ ହଇରାଣ କରୁଥିବା ଡିଲର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ତଥା ପ୍ରଶାସନ ନିକଟରେ ଶତାଧିକ ପଞ୍ଜିକୃତ ଚାଷୀ ଦାବି କରିଛନ୍ତି । ଏବେ ଖୋଲା ଆକାଶ ତଳେ ଭିଜୁଛି ଚାଷୀଙ୍କ ଶହଶହ କୁଇଣ୍ଟାଲ ଧାନ। ଚାଷୀଙ୍କ ଦାବି ଉକ୍ତ ମିଲରକୁ ବଦଳି କରିବା ଓ ଚାଷୀଙ୍କ କ୍ଷତି ପୂରଣ । ଅପର ପଟେ ସମିତି ସମ୍ପାଦକ ଚାଷୀଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ।

Leave a Reply

Your email address will not be published. Required fields are marked *