ଜମିବାଡ଼ି ସମ୍ପର୍କିତ ବିବାଦ ଯୋଗୁଁ ହତ୍ୟା ଅଭିଯୋଗ, ପୋଲିସର ନିଷ୍କ୍ରିୟତା ଯୋଗୁଁ ଗାଁ ଲୋକଙ୍କ ରାସ୍ତାରୋକ

Spread the love

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ପର୍ଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅନ୍ତର୍ଗତ ଗୋଳାଗାଡିଆ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ମୃତ ଦେହକୁ ଉଦ୍ଧାର କରାଯାଇଛି । ମୃତକ ଜଣକ ସେହି ଗାଁ ର କୈଳାସ ଧଳ। ଆଜି ସକାଳେ କୈଳାସଙ୍କ ମୃତ ଦେହ ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ବିଳମ୍ବରେ ପହଞ୍ଚିବା କାରଣରୁ ଉତ୍ତେଜନା ଦେଖାଦେଇଥିଲା । ମୃତକ ପରିବାରକୁ ନ୍ୟାୟ ଓ କ୍ଷତିପୂରଣ ଦାବିରେ ଗାଁ ଲୋକ ରାସ୍ତା ଅବରୋଧ କରିଥିଲେ। ମୃତ କୈଳାସଙ୍କର ମହାବିରୋଡ ଅଞ୍ଚଳର ଦୁଇ ଜଣଙ୍କ ସହ ଜମିବାଡ଼ି ସମ୍ପର୍କିତ ବିବାଦ ଲାଗି ରହିଥିବା ସୂଚନା ରହିଛି।

ଏହି ବିବାଦ ଯୋଗୁଁ ତାଙ୍କର ହତ୍ୟା କରାଯାଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି।

 

Leave a Reply

Your email address will not be published. Required fields are marked *