ଗାଁ ମଝିରେ ଡ୍ରେନ ନିର୍ମାଣ କାମକୁ ଗ୍ରାମବାସୀଙ୍କ ବିରୋଧ, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Spread the love

ବାଙ୍କୀ: ବାଙ୍କୀ ବିଲିପଡ଼ା ଗାଁ ମାଝୀରେ ତଥା ଗ୍ରାମବାସୀଙ୍କ ବିନା ସହମତିରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଧୀନ ଡ୍ରେନ କାର୍ଯ୍ୟକୁ ବିରୋଧ କରି ଆଜି ଶତାଧିକ ଗ୍ରାମବାସୀ ଏକଜୁଟ ହୋଇ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କୁ ଏକ ଲିଖିତ ଦାବିପତ୍ର ଦେଇଛନ୍ତି । ଅନ୍ୟପଟେ ଡ୍ରେନ ନିର୍ମାଣକୁ ପ୍ରତିବାଦ କଲେ ଗ୍ରାମବାସୀଙ୍କୁ ମାଡ ମାରିବାର ଧମକ ଠିକାଦାର ଦେଉଥିବାର ଅଭିଯୋଗ ହୋଇଛି ।

ଗ୍ରାମବାସୀଙ୍କ ଦାବି ଅନୁସାରେ ଗ୍ରାମ ମଝିରେ ଡ୍ରେନ ଆବଶ୍ୟକତା ନଥିବା ବେଳେ ସରକାରୀ ଅର୍ଥକୁ ହରିଲୁଟ କରିବା ପାଇଁ ଚାଲିଛି ଉଦ୍ୟମ । ଚୁପ ବସିଛନ୍ତି ବିଭାଗୀୟ ଅଧିକାରୀ । ବିଲିପଡ଼ା ମଝୀ ସାହିର ଗାଁ ରାସ୍ତାଟି ଉଚା ହୋଇଥିବାରୁ ମହାନଦୀରେ ବନ୍ୟା ଆସିଲେ ଏହି ଗାଁ ରାସ୍ତାରେ ଲୋକେ ଆଶ୍ରୟ ନେଇଥାନ୍ତି । ଖାଲି ସେତିକି ନୁହେଁ ଡ୍ରେନ ନିର୍ମାଣ ହେଲେ ଛୋଟ ପିଲାଙ୍କ ପ୍ରତି ବିପଦ ରହିଥିବାର ଗ୍ରାମବାସୀ ମାନେ କହିଛନ୍ତି । ସେଥିନେଇ ଡ୍ରେନ କାର୍ଯ୍ୟ ବନ୍ଦ କରାନଗଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *