ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ

Spread the love

ବଲାଙ୍ଗୀର,(ନାଗରାଜ ନ୍ୟୁଜ): ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଲକ୍ଷାଧିକ ଭକ୍ତଙ୍କ ସମାଗମ ରେ ସମ୍ପନ୍ନ । କ୍ରୋଧ କୁ ତ୍ୟାଗ କଲେ ମାନବ ଜୀବନରେ ଶାନ୍ତି ଆଧ୍ୟାତ୍ମିକ ଚିନ୍ତନ ଆସିବ ଚିତ୍ରକୁଟ ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ବାମୀ ଜୀ ପାଟଣାଗଡ଼ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ଗୌଡପାଲି ଗ୍ରାମସ୍ଥିତ ଗୋକୁଳ ତପୋବନ ଆଶ୍ରମରେ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଫେବୃଆରୀ ୨୪ ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି। ଅନେକ ଅଞ୍ଚଳରୁ ହଜାର ହଜାର ଶ୍ରଧାଳୁ ଭକ୍ତ ମହାଯଜ୍ଞକୁ ଆସିଥିଲେ। ଯୋଗଦାନ କରି ଉପସ୍ଥିତ ଗୁରୁଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ।ପ୍ରାୟ ୭ ଦିନଧରି ଯଜ୍ଞ ର ଆୟୋଜନ ହୋଇଥିଲା। ୫୧ କୁଣ୍ଡିୟ ହୋମ ଯଜ୍ଞ କୁଣ୍ଡରେ ଆହୁତି ପ୍ରଦାନ କରାଯାଇଥିଲାବେଳେ ସମାଜର ମଙ୍ଗଳ ଏବଂ ବିକାଶ ପାଇଁ ବିଶ୍ଵଶାନ୍ତି ମହାଯଜ୍ଞ ନିତାନ୍ତ ଆବଶ୍ୟକ ଓ ଏହା ଆମ ସମସ୍ତଙ୍କର ଆଧ୍ୟାତ୍ମିକ ଚେତନାକୁ ସୁଦୃଢ କରିଥାଏ ବୋଲି ପୂଜ୍ୟ ଚିତ୍ରକୁଟ କାମଦ୍ ଗିରୀ ପୀଠାଧିଶ୍ଵର ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ବାମୀ ଶ୍ରୀ ରାମସରୁପାଚାର୍ଯ୍ୟ ମହାରାଜ ଜୀ ଯୋଗଦେଇ ପ୍ରବଚନ ଦେଇଥିଲେ । ଏଥିରେ ,ବିଶ୍ଵାତ୍ବ୍ମା ଚେତନା ଆଶ୍ରମ ବଲାଙ୍ଗୀର ମାର୍ଗଦର୍ଶକ ପୂଜ୍ୟ ସ୍ବାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ବତୀ ମହାରାଜା ଜୀ , ସହ ସଂଚାଳକ ପୂଜ୍ୟ ସ୍ବାମୀ ସତ୍ୟବେଦାନ୍ତ ସରସ୍ବତୀ , ପାଟଣାଗଡ଼ କଲ୍ୟାଣ ଆଶ୍ରମର ପ୍ରବନ୍ଧକ ସଂଚାଳକ ପୂଜ୍ୟ ସ୍ବାମୀ ପ୍ରକାଶ ଆନନ୍ଦ ମ‌ହାରାଜ ଉପସ୍ଥିତ ରହି ମାନବ ଜୀବନର ମୋକ୍ଷ ପ୍ରାପ୍ତିର ମାର୍ଗ ଦେଇ ଥିଲେ। ଏଥିରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ସାଧୁ ସନ୍ଥ ସନ୍ନ୍ୟାସୀ ମାନଙ୍କ ଚରଣାଶ୍ରିତ ଆଶ୍ରିତ ଆର୍ଶିବାଦ ନେଇ ଥିଲେ । ପୁର ପଲ୍ଲୀରେ ଯଜ୍ଞ ଜରୁରୀ ଅଟେ। ଏକତାର ପ୍ରତୀକ ହୋଇ ପ୍ରଭୁଙ୍କ ଠାରେ ଆଶୀର୍ବାଦ ର ସୁଯୋଗ ପାଇଥିବାରୁ ସାଂସଦ ଶ୍ରୀ ବିଶି ନିଜକୁ ଧନ୍ୟ ମନେକରିଛନ୍ତି।ଏତେବଡ଼ ଯଜ୍ଞ ଆୟୋଜନ କରିଥିବା ସମସ୍ତ ଗୁରୁ ଏବଂ ନେତୃମଣ୍ଡଳୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମୂଖ୍ୟ କର୍ତ୍ତା ଭାବେ ଖିରାଧର ବରିହା ତାଙ୍କ ଧର୍ମପତ୍ନୀ ଦାୟିତ୍ଵ ନିର୍ବାହ କରିଥିବା ବେଳେ ୫୧ କୁଣ୍ଡିୟ ହୋମ ଯଜ୍ଞ ଏହି ହୋମ ଯଜ୍ଞ ରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ଓ ତାଙ୍କ ଧର୍ମ ପତ୍ନୀ ନିଲାଞ୍ଚି ବିଶି ଆସିଥିବାବେଳେ ଆଖପାଖ ଅଞ୍ଚଳରୁ କର୍ତ୍ତା ଭାବେ ଯୋଗଦେଇ କାର୍ଯ୍ୟ ନିର୍ବାହ କରିଥିଲେ । ପ୍ରତେହ ଦିନ ପ୍ରବଚନ ସହ ୨୪ ପ୍ରହର ନାମ ଯଜ୍ଞ , କଂ ଦରବାର, ଆନନ୍ଦ ବଜାର , ବିଭିନ୍ନ ମଠରୁ ସାଧୁ ସନ୍ଥ ସନ୍ନ୍ୟାସୀ,ନାଗାବାବା ମାନେ ଯୋଗଦେଇ ଥିଲେ । ଗୋକୁଳ ତପୋବନ ଆଶ୍ରମ ର ପରିଚାଳକ ସପ୍ତା ଦାସ ଙ୍କ ସମେତ ୨୧ ଖଣ୍ଡ ଗ୍ରାମ ର ଗ୍ରାମବାସୀ ତନଧନ ମନ ଦେଇ ସର୍ବ ପ୍ରକାର ସହଯୋଗ କରିଥିଲେ । ହଜାର ହଜାର ସଂଖ୍ୟାରେ ଭକ୍ତମାନଙ୍କ ମଧ୍ୟରେ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଶାନ୍ତି ଶୃଙ୍ଖଳା ରେ ଆଜି ଗୁରୁବାର ସମ୍ପନ୍ନ ହୋଇଯାଇଛି ।

Leave a Reply

Your email address will not be published. Required fields are marked *