ପୁରୀ, (ନାଗରାଜ ନ୍ୟୁଜ): ଭାରତର ନିର୍ବାଚନ ଆୟୋଗ ଓ ରାଜ୍ୟ ନିର୍ବାଚନ ଅଯୁକ୍ତଙ୍କ ନିର୍ଦ୍ଧେଶ କ୍ରମେ ପୁରୀ ଜିଲ୍ଲାରେ ଆସନ୍ତା 4ତାରିକରୁ ଅକ୍ଟୋବର 24ପର୍ଯ୍ୟନ୍ତ ସ୍ୱତ୍ରନ୍ତ ସଂକ୍ଷୀପ୍ତ ଫୋଟୋ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସୁସ୍ଥ ଓ ସୁଦୃଢ ଗଣତନ୍ତ୍ର ତଥା ଭୋଟର ତାଲିକାରେ ସ୍ୱଛତା ଆଣିବା ପାଇଁ ପ୍ରଥମ ଥର ୬(ଖ)ଫର୍ମରେ ଭୋଟର ତାଲିକା ପ୍ରମାଣିକରଣ ଉଦେଶ୍ୟରେ ସମସ୍ତ ଭୋଟର ଆଧାର ନମ୍ବର ସଂଯୋଗ ପାଇଁ ନିବେଦନ କରାଯାଇଛି l ଏହା ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ l ଏଥିସହ କେନ୍ଦ୍ର ଆଇନ ଓ ଜଷ୍ଟିସ ଭିବାଗର ଆମେଣ୍ଡମେଣ୍ଟ ଅନୁଯାଇ ଏଥର କେବଳ ଜାନୁଆରୀ ୧, ଜୁଲାଇ ୧ ଓ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ହୋଇଥିବା ନାଗରିକ ନୂତନ ଭୋଟର ତାଲିକାରେ ନାମ ସଂଯୋଗ କରିପାରିବେ l ପ୍ରଥମ ଥର ପାଇଁ ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ଫର୍ମ ୬, ଚଳନ୍ତି ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରାଯିବା ପ୍ରସ୍ତାବକୁ ଆପତ୍ତି ଓ ନାମକୁ ବାଦ ଦେବା ନିମନ୍ତେ ଫର୍ମ ୭ ରେ ଏବଂ ବାସସ୍ଥାନ ସ୍ଥାନାନ୍ତରଣ, ଚଳନ୍ତି ଭୋଟର ତାଲିକା ଅନ୍ତରବୃକ୍ତ ତଥ୍ୟର ସଂଶୋଧନ, ଏପରିକି ପରିବର୍ତ୍ତନ ପାଇଁ ଫର୍ମ ୮ ରେ ଆବେଦନ କରିବାକୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଓ ଉପଜିଲ୍ଲାପାଳ ଭବତରଣ ସାହୁ ସୂଚନା ଦେଇଛନ୍ତି l