ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ପୋଲିସ ର ମହାନୀୟତା ଥାନା ଆଗରେ ଖୋଲିଲେ ଜଳଛତ୍ର। ନିଶ୍ଚିତ ଭାବେ ଯଦି ଆମେ କହିବା ଜଣେ ସଚୋଟ ଥାନା ଅଧକାରୀ ଭାବେ ଶୁକ୍ଷ୍ୟତି ଅର୍ଜନ କରିଥିବା ଗଁଦିଆ ଥାନା ର ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଭୁତିଆ ଙ୍କ ବଳିଷ୍ଠ ନେତୃତ୍ୱ ରେ ଢେଙ୍କାନାଳ ଜିଲ୍ଲା ର ଗଁଦିଆ ଥାନା ପୋଲିସ ଦେଖାଉଛି ମହାନୀୟତା । ପ୍ରଚଣ୍ଡ ଖରାରେ ପଥିକ ଙ୍କୁ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ଥାନା ଆଗରେ ଖୋଲିଛନ୍ତି ଜଳଛତ୍ର। ଗଁଦିଆ ଥାନା ଅଧିକାରୀ ସୁବ୍ରତ କୁମାର ଭୂତିଆ ଉକ୍ତ ଜଳଛତ୍ର କେନ୍ଦ୍ରର ଆୟୋଜନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରକ୍ତ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ପୁରୁଷୋତ୍ତମ ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ |ସଂମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରତିକାନ୍ତ ସାହୁ, ବ୍ଳକ ବି ଜେ ଡି ସଭାପତି ବିଶ୍ଵନାଥ ଜେନା, ବିଧାରପୁର ସରପଞ୍ଚ ଅଜୟ ମହାନ୍ତି ,ଗଁଦିଆ ଡିଜିଟାଲମିଡ଼ିଆ ଅସୀସେସନ ର ସହ ସମ୍ପାଦକ ସୌମ୍ୟରଞ୍ଜନ ମହାନ୍ତି ଙ୍କ ସହିତ ବହୁ ନେତୃମଣ୍ଡଳୀ ,ସମାଜସେବୀ, ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ |ଏପରି ପ୍ରଚଣ୍ଡ ରୁଦ୍ରାତାପ ସମୟରେ ସର୍ବସାଧାର ଙ୍କ ନିମନ୍ତେ ଜଳଛତ୍ର କରାଇ ଅଂଚଳ ବାସୀ ଙ୍କର ପ୍ରସଂଶା ସାଉଣ୍ଟିଛତି ଗଁଦିଆ ଥାନା ଅଧିକାରୀ ଓ ତାଙ୍କ ଆରକ୍ଷୀ ବାହିନୀ |
ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ