ଭାର ଉତ୍ତୋଳନ ଓ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୁରଜମଲ ଶାହା ମହାବିଦ୍ୟାଳୟ ଆନୁକୁଲ୍ୟରେ ଅନ୍ତ ମହାବିଦ୍ୟାଳୟ ଭାର ଉତ୍ତୋଳନ ଓ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାଟି ଓଡ଼ିଆ ଜାତୀୟ ବ୍ୟାୟମ କ୍ରୀଡା ପରିଷଦ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭ ରେ ସୁନାମଧନ୍ୟ ଭାର ଉତ୍ତଳନକାରି, କମନ ୱେଲ୍ଥ ଗେମ୍ସ ର ସ୍ଵର୍ଣ୍ଣ ପଦକ ବିଜେତା ତାହା ଅର୍ଜ୍ଜୁନ ପୁରସ୍କାର ପ୍ରାପ୍ତ କେ ରବି କୁମାର, କଳିଙ୍ଗ ଷ୍ଟାଡୟମର ମୁଖ୍ୟ ହାଇ ପ୍ରଫମାନ୍ସ ପ୍ରଶିକ୍ଷକ ଶ୍ରୀ ଫାରାର୍କସ ଜେଲ୍ଟନ, ଶ୍ରି ସତ୍ୟ ନାରାୟଣ ମହାନ୍ତି, ସମ୍ପାଦକ, ଓଡ଼ିଶା ଜାତୀୟ ବ୍ୟାୟମ କ୍ରୀଡା ପରିଷଦ, ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡାକ୍ତର ସାନ୍ଧ୍ୟରାଣୀ ମହାପାତ୍ର, ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ସାହୁ, କ୍ରୀଡା ବିଭାଗ ର ଅଧ୍ୟାପକ ଶ୍ରୀ ହରିହର କର, ଉପସଭାପତି ତଥା ଅଧ୍ୟାପକ ଡକ୍ଟର ଶୁଭେନ୍ଦୁ ମିଶ୍ର ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଉକ୍ତ ପ୍ରତିଯୋଗିତା ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ତ ବିଭିନ୍ନ କଲେଜ ରୁ ଅନୁନ୍ୟ 26 ପ୍ରତିଯୋଗୀ ଭାର ଉତ୍ତଳନ ରେ ଓ 10 ଜଣ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତା ରେ ସର୍ବଶ୍ରି ହରେକୃଷ୍ଣ ସିଂହାରୀ NIS କୋଚ, ଚୟନ କର୍ତା, ରଘୁନାଥ ସାହୁ, ଚୟନ କର୍ତ।, ଗଣେଶ୍ୱର ମହାପାତ୍ର, ଜାତୀୟ ରେଫରୀ ଓ NIS କୋଚ ଓ ଲିଟଲ ସାହୁ ଭାର ଉତ୍ତୋଳନ ବିଚାରପତି ଭାବେ ଓ ସର୍ବଶ୍ରୀ ନାରାୟଣ ଗୋଛିକାର ଓ ନାରାୟଣ ପଟ୍ଟନାୟକ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ପାଇଁ ବିଚାରପତି ଭାବେ ଦାୟିତ୍ଵ ସଂପାଦନ କରିଥିଲେ। ମୁଖ୍ୟ ଅତିଥିଭାବେ କେ ରବି କୁମାର ଯୋଗ ଦେଇ ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ କିପରି ଭାବେ ସେମାନେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ କୃତକାର୍ଯ୍ୟ ହେବେ, ସେ ବିଷୟରେ ଅବଗତ କରାଇଥିଲେ। ଉକ୍ତ ଭାର ଉତ୍ତୋଳନ ଓ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ର ଉଭୟ ପୁରୁଷ ଓ ମହିଳା ବିଭାଗରେ ସୁରଜମଲ୍ ସାହା ମହାବିଦ୍ୟାଳୟ ଚମ୍ପିୟାନ ହେବା ସହ ଭୁବନେଶ୍ୱର ର ଦେବରାୟ କଲେଜ ରନର୍ସଅପ ହେଇଥିଲା। ପ୍ରତିଯୋଗିତାକୁ ମହାବିଦ୍ୟାଳୟ ର ଅଧ୍ୟାପକ ଡକ୍ଟର ଦୀପ୍ତି ପ୍ରସାଦ ମହାନ୍ତି, ରବୀନ୍ଦ୍ର ପ୍ରଧାନ, ସଦାଶିବ ନନ୍ଦ ଓ ରିତେଶ ମହାନ୍ତି ସୁଚାରୁ ରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *