ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Spread the love

ସମ୍ବଲପୁର, (ନାଗରାଜ ନ୍ୟୁଜ): ସମ୍ବଲପୁରରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ମହୋଦୟଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ସାଂସ୍କୃତିକ ଶୋଭାଯାତ୍ରାରେ ମାନ୍ଦଳ ବାଜା, ଡକା ବାଜା ବଜେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସମ୍ବର୍ଦ୍ଧନା ସଭାରେ ସମ୍ବଲପୁର ଜିଲ୍ଲାର ସଂସ୍କୃତି, ଐତିହ୍ୟ, ଆଦିବାସୀ ଦେବଦେବୀ ପୀଠର ସୁରକ୍ଷା ତଥା ଆଦିବାସୀ ଭବନ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସମ୍ବର୍ଦ୍ଧନା ସଭାରେ ଅଞ୍ଚଳର ହଜାର ସଂଖ୍ୟାରେ ଆଦିବାସୀ ଭାଇ ଭଉଣୀ ଯୋଗ ଦେଇଥିଲେ । ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ତରଫରୁ ସମ୍ବଲପୁର ଓଡିଶା ସାଂସ୍କୃତିକ ଭବନ ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମ୍ବଲପୁର ତରଫରୁ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶିଙ୍କୁ ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।

Leave a Reply

Your email address will not be published. Required fields are marked *