ବଡ଼ ପୋଖରୀ ଷ୍ଟକଚର କାହା ସେବାରେ ?

Spread the love

ଖଇରା,(ନାଗରାଜ ନ୍ୟୁଜ): ଟିକେ ଭଲଭାବରେ ଦେଖନ୍ତୁ ଇଏ ହେଉଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ବଡ଼ପୋଖରୀ ଠାରେ ବିଦୂତ ବିଭାଗର ଷ୍ଟ୍ରକଚର ।
ବାଲେଶ୍ଵର ଜିଲ୍ଲା ଔପଦା ବଡ଼ପୋଖରୀ ରେ ବିଦୂତ ଉପଭକ୍ତା ଅଧିକ ହେବାରୁ ସାଧାରଣ ଲୋକମାନଙ୍କ ପାଇଁ ନୂଆ ଭାବରେ ତିଆରି ହେଇଛି ଷ୍ଟ୍ରକଚର। କେମିତି ଇଲେକ୍ଟ୍ରି ଉପଭକ୍ତା ଠିକ ଭାବରେ ସୁବିଧା ପାଇପାରିବେ।କିନ୍ତୁ ଏହି ଷ୍ଟ୍ରକଚର ଆଜକୁ 2013 ମସିହା ଠାରୁ ଆରମ୍ବ ହେଇଥିଲେ ମଧ୍ୟ ଆଜିପର୍ୟ୍ଯନ୍ତ କାର୍ଯ୍ୟ କାରୀ ହେଇପାରୁନାହିଁ ।କାମ ସରିଛି ଲକ୍ଷ ଲକ୍ଷ ଟଙ୍କାର ମଧ୍ୟ ଯନ୍ତ୍ରାଂଶ ଲାଗିଛି ହେଲେ ଷ୍ଟ୍ରକଚର କାର୍ଯ୍ୟକ୍ଷମ ହେବାର ନାଁ ଧରୁନି। ଅଞ୍ଚଳ ବାସୀ ଏଠି ସେଠି ଓ ବଡ଼ବଡ଼ ରାଜନେତା ପାଖକୁ ଦଉଡି ଦୌଡ଼ି ନୟାନ୍ତ ହେଇଗଲେଣି। ବିଭାଗୀୟ ଅଧିକାରୀ କେହି ବି ଶୁଣୁନାହାନ୍ତି। ହିତାଧିକାରୀ ମାନେ ବହୁ ଅସୁବିଧା ରେ ପଡୁଛନ୍ତି। କିନ୍ତୁ ଏକ ପରିତାପର ବିଷୟ ଷ୍ଟ୍ରକଚର ଦାଇତ୍ଵ ରେ ରହିଥିବା ମହେଶ୍ବର ଲେଙ୍କା ମହୋଦୟ ଙ୍କୁ ପଚାରିବାରୁ ଓଲଟି ମହୋଦୟ ରାଗରେ ପଞ୍ଚମ ହେଇ ବୁମକୁ ଠେଲି ଦେଇ ମୁଁ କିଛି କହିପାରିବୀନି କହି ଓଲଟି ଧମକ ଦେଇଥିଲେ। କାହା ବଳରେ ଏ ମହେଶ୍ବର ମହୋଦୟ ଏମିତି ବଳିଆନ ଦେଖାଉଛନ୍ତି । କିନ୍ତୁ ଏଠି ପ୍ରଶ୍ନ ଉଠେ ଲୋକମାନ ଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ରେ ଖର୍ଚ୍ଚ ହେଇଥିବା ଷ୍ଟ୍ରକଚର କାର୍ଯ୍ୟକାରୀ ନ ହେବା ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି କରିଛି। ପୁଣି ବିଭାଗୀୟ ଅଧିକାରୀ ଙ୍କୁ ପଚାରିଲେ ଓଲଟି ଧମକ ମିଳୁଛି। ତେବେ ଦେଖିବାକୁ ବାକି ରହିଲା କେବେ ବଡ଼ପୋଖରୀର ବିଦ୍ୟତୁ ଷ୍ଟ୍ରକଚର ହିତାଧିକାରୀଙ୍କ କାର୍ଯ୍ୟରେ ଲାଗୁଛି ।

ଖଇରା ରୁ ଲୋଚନ ରାଉତଙ୍କ ରିପୋର୍ଟ 

Leave a Reply

Your email address will not be published. Required fields are marked *