ଗାଁକୁ ପଶି ଆସୁଛନ୍ତି ବନ୍ୟପ୍ରାଣୀ, ଲୋକେ ଆତଙ୍କିତ

Spread the love

ଖୋର୍ଦ୍ଧା: ପ୍ରାକୃତିକ ଜଙ୍ଗଲ କ୍ଷୟ ହୋଇ କଂକ୍ରିଟ ଜଙ୍ଗଲ ସୃଷ୍ଟି ହେଉଛି ।ଫଳରେ ପ୍ରାକୃତିକ ଜଙ୍ଗଲରେ ବସବାସ କରୁଥିବା ଜୀବଜନ୍ତୁ ଏବେ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି ।ହାତୀ ହେଉ କିମ୍ବା ଅଜଗର ସାପ ଖାଦ୍ୟ ପାଇଁ ଜନବସତି ମଧ୍ୟରେ ପ୍ରବେଶ କରୁଛନ୍ତି । ଏପରିଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତର ଦଲକ ଗ୍ରାମରେ । ୧୦ ଫୁଟ ଲମ୍ବର ଏକ ଅଜଗର ସାପ ଗୋଟିଏ ଛେଳିକୁ ଗିଳିଦେଉଥିବା ବେଳେ ଉକ୍ତ ଛେଳି ଚଳାରି ଜଣକ ଗ୍ରାମବାସୀଙ୍କ ସହଯୋଗ ରେ ଛେଳିକୁ ରକ୍ଷାକରିବାକୁ ଯାଇ ଅଜଗରକୁ ମାଡମାରିଥିଲେ । ମାଡରେ ଅଜଗର ର ମୃତ୍ୟୁ ହେବା ସହିତ ଅଜଗରର ଚାପରେ ଛେଳିଟିର ମଧ୍ୟ ମୃତ୍ୟୁ ହୋଇଥିଲା । ପରେ ଉକ୍ତ ଅଜଗରକୁ ଗ୍ରାମବାସୀ ମାନେ ବାନ୍ଧି ଗ୍ରାମକୁ ଆଣିଥିଲେ ମଧ୍ୟ ଘଟଣା ସ୍ଥଳରେ କୌଣସି ବନବିଭାଗ କର୍ମଚାରୀ ପହଞ୍ଚି ନାହାନ୍ତି ।

Leave a Reply

Your email address will not be published. Required fields are marked *