ସ୍ବେଚ୍ଛାସେବୀ ସଙ୍ଗଠନ ଉଥାନ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ

Spread the love

କଟକ,(ନାଗରାଜ ନ୍ୟୁଜ): ଆଜି ବିଦ୍ୟାଧରପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ସ୍ବେଚ୍ଛାସେବୀ ସଙ୍ଗଠନ ଉଥାନ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟ କ୍ରମରେ ଡକ୍ଟର ନିରଞ୍ଜନ ଦାସ ସଭାପତିତ୍ଵ କରି ମାତୃ ସ୍ତନ୍ୟପାନ ର ବିକଳ୍ପ ନାହିଁ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ୫୫ ନମ୍ବର ୱାର୍ଡ କର୍ପୋରେଟର ବିଶ୍ୱବନ୍ଦିତା ପଣ୍ଡା,ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ,ଟାଙ୍ଗୀ ବି ଇ ଓ ସରୋଜିନୀ ସାହୁ,ବିଦ୍ୟାଧରପୁର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ଏନ୍. ଏମ.ପ୍ରିୟମ୍ବଦା ମହାନ୍ତି ପ୍ରମୁଖ ଯୋଗ ଦେଇ କହିଲେ ପ୍ରତ୍ୟେକ ମା ମାନେ ନିଜ ନିଜର ଶିଶୁ ମାନଙ୍କୁ ସ୍ତନ୍ୟପାନ କରାଇଲେ ଉଭୟ ମା ଏବଂ ଶିଶୁ ଙ୍କ ପାଇଁ ଉପକାରୀ ହୋଇଥାଏ ।

ଶିଶୁ ମାନଙ୍କର ବୌଦ୍ଧିକ ତଥା ଶାରୀରିକ ବିକାଶ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ମା ମାନଙ୍କର ଆଣ୍ଠୁ ଗଣ୍ଠି ବାତ ସମସ୍ୟା,ଏବଂ ହୃଦ୍ ରୋଗ ସମସ୍ୟା ସ୍ତନ କର୍କଟ, ଗର୍ଭା ଶୟ କର୍କଟ ଆଦି ରୋଗରୁ ରକ୍ଷା ମିଳିଥାଏ । ସୁସ୍ଥ ଏବଂ ସମୃଦ୍ଧ ସମାଜ ଗଠନରେ ମା ମାନଙ୍କର ଭୂମିକା ସମନ୍ଧରେ ସୂଚନା ଦେଇଥିଲେ । ସ୍ବେଚ୍ଛାସେବୀ ସଂଗଠନ ସମ୍ପାଦକ ଶ୍ରୀମତୀ ଏନ୍ ସ୍ଵାତୀ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ଅଙ୍ଗୱାଡି କର୍ମୀ,ଆଶା କର୍ମୀ ଙ୍କ ସମେତ ବହୁ ମା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *