ବିଶ୍ବ ପୃଥିବୀ ଦିବସ ପାଳିତ

Spread the love

ପୁରୀ, (ନାଗରାଜ ନ୍ୟୁଜ): ବିଶ୍ବ ପୃଥିବୀ ଦିବସ ଆଜି ପାଳିତ ହୋଇଛି । ଏହି ଉପଲକ୍ଷେ ଏନସିସି ୬ଷ୍ଠ ବାଟାଲିୟନ ପକ୍ଷରୁ ‘ପୁନିତ ସାଗର ଅଭିଯାନ’ ଅନୁଷ୍ଠିତ ହୋଇଛି । ବେଳାଭୂମି ସଫେଇ ତଥା ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରି ଏହାକୁ ପୁନଃ ବ୍ୟବହାରକ୍ଷମ କରାଯିବା ଏହି ଅଭିଯାନର ଲକ୍ଷ ରହିଛି । ଏହି ଅବସରରେ ବାଟାଲିୟନ ପକ୍ଷରୁ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରୁ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଦିଗବାରେଣୀ ଏବଂ ହୋଟେଲ ଷ୍ଟର୍ଲିଂ ଠାରୁ ଉଭୟ ପାର୍ଶ୍ବରୁ ବତୀଘର ପର୍ଯ୍ୟନ୍ତ ସଫେଇ କରାଯାଇଥିଲା । ଏଥିରେ ପୁରୀ ସମେତ ବିଭିନ୍ନ ଜିଲ୍ଲାର ପ୍ରାୟ ୪୫୦ ଜଣ ଜାତୀୟ ସମର ଶିକ୍ଷାର୍ଥୀ ମାନେ ଯୋଗ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ସହାୟତା ପ୍ରଦାନ କରାଯାଇଥିଲା । ଶ୍ରୀ ମାନସ ସାହୁଙ୍କ ଦ୍ବାରା ବାଲୁକା କଳା ଏବଂ କ୍ୟାଡେଟ ମାନଙ୍କ ଦ୍ବାରା ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା । ସ୍ବେଚ୍ଛାସେବୀ ମାନେ ୭୧୫ କିଲୋଗ୍ରାମ ଆବର୍ଜନା ସଂଗ୍ରହ କରି ପୁରୀ ପୌରସଂସ୍ଥାକୁ ହସ୍ତାନ୍ତର କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ବେଳାଭୂମିକୁ ସ୍ବଚ୍ଛ ରଖିବା ପାଇଁ କ୍ୟାଡେଟ ମାନଙ୍କୁ ଶପଥ ପାଠ କରାଇଥିଲେ । ୬ଷ୍ଠ ଓଡିଶା ବଟାଲିୟନ କମାଣ୍ତିଂ ଅଧିକାରୀ ଶ୍ରୀ ପ୍ରସୂନ କୁମାର ପଣ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ତା, ସୁବେଦାର ମେଜର ଶ୍ରୀ ରୋହଟାସ, ନାଏକ ସୁବେଦାର ଶ୍ରୀ ବିଶ୍ରାମ ସିଂ, ହାବିଲଦାର ଶ୍ରୀ ବୁଦ୍ଧଦେବ ଶବର, ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ପରାମର୍ଶଦାତା ଶ୍ରୀ ଜ୍ୟୋତି ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *