ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱଜଙ୍ଗଲ ଦିବସ ଓ ନିରନ୍ତର ଜୀବନଚର୍ଯ୍ୟା କର୍ମଶାଳା

Spread the love

କଟକ,(ନାଗରାଜ ନ୍ୟୁଜ): ଆଜି ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ବନ୍ୟଦିବସ ପାଳନ ଅବସରରେ ବୃକ୍ଷରୋପଣ, ଜଙ୍ଗଲ ଓ ଜୀବନ କର୍ମଶାଳା ଏବଂ କ୍ଷୁଦ୍ର ନର୍ସରୀ ପ୍ରତିଷ୍ଠା ଅନୁଷ୍ଠିତ ହୋଇଟଯାଇଛି ! ଉକ୍ତ ପରିବେଶ ଭିତ୍ତିକ କାର୍ଯ୍ୟସମୂହ ରେ ବିଶିଷ୍ଟ ପରିବେଶ ବିଜ୍ଞାନୀ, ରାଜ୍ୟ ପରିବେଶ ଅଧ୍ୟୟନ କେନ୍ଦ୍ର ର ପ୍ରାକ୍ତନ ନିର୍ଦ୍ଦେଶକ ଡ଼ ଆଶୁତୋଷ ଦେବତା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଜଙ୍ଗଲ ଓ ଜୀବନ ଏବଂ ନିରନ୍ତର ଜୀବନ ଚର୍ଯ୍ୟା ଉପରେ ବହୁତ ମୂଲ୍ୟବାନ ତଥ୍ୟଭିତ୍ତିକ ଉପଦେଶ ପ୍ରଦାନ କରିଥିଲେ!ବିଶିଷ୍ଟ ଶିକ୍ଷାବିତ ତଥା ପରିବେଶବିତ ଡ଼ ଅର୍ଜୁନି ଚରଣ ବିଶ୍ୱାଳ ମୁଖ୍ୟବକ୍ତା, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସରସ୍ବତୀ କାନୁନଗୋ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅନନ୍ତ ଚରଣ ଦେହୁରୀ, ଶିକ୍ଷାବିତ ପ୍ରତାପ କୁମାର ବେହେରା ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ସୁରକ୍ଷା, ଚାରା ସୃଷ୍ଟି ଓ ସୁରକ୍ଷିତ ରୋପଣ, ଜଙ୍ଗଲ ଓ ପରିବେଶ ସୁରକ୍ଷା ସମ୍ପର୍କରେ ବହୁତ ଉପାଦେୟ ପରାମର୍ଶ ଦେଇଥିଲେ! ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ସହିତ ସଭାପତିତ୍ୱ କରିଥିଲେ ! ଶିକ୍ଷୟିତ୍ରୀ ଡ଼ ସୁଜାତା ମହାପାତ୍ର, ଦୀପ୍ତିବାଳା ସାହୁ, ଦୀପିକା ବିନ୍ଧାଣି, ମିତାଲି ମହାନ୍ତି, ଗୀତାରାଣୀ ସାହୁ,ବିଜୟ ଲକ୍ଷ୍ମୀ ସାହୁ,କଳ୍ପନା ସାହୁ, ତପସ୍ୱିନୀ ଦାଶ, କଳ୍ପନା ମିଶ୍ର,ଶିକ୍ଷକ ଜୟଧର୍ମ ସେନାପତି, ଜଗବନ୍ଧୁ ମଲିକ, ରଂଜିତ ଦାଶ, ତ୍ରିନାଥ ସେଠି, ସନ୍ତୋଷ ଖୁଣ୍ଟିଆ, ପ୍ରତାପ ଆଚାର୍ଯ୍ୟ ପ୍ରମୁଖ ଏହି କାର୍ଯ୍ୟସମୂହ କୁ ସଫଳତାର ସହ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *