ବ୍ୟାଚ ସଂଗ୍ରହରେ world ରେକର୍ଡ

Spread the love

ପୁରୀ, (ନାଗରାଜ ନ୍ୟୁଜ): ବ୍ୟାଜ୍‌ ସଂଗ୍ରହରେ ୱାର୍ଲଡ୍ ରେକର୍ଡସ ଇଣ୍ଡିଆର ଅଧିକାରୀ ହୋଇଛନ୍ତି ଶ୍ୟାମପ୍ରକାଶ ସେନାପତି। ୧୯୯୨ରୁ ଏଯାବତ ସେ ୪୬୦୦ରୁ ଅଧିକ ବ୍ୟାଜ ସଂଗ୍ରହ କରି ଏହି ନୂଆ ବିଶ୍ବ ରେକର୍ଡ ହାତେଇଛନ୍ତି। ଅତିଥି, ମଞ୍ଚ ସଂଯୋଜକ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର ସଦସ୍ୟ ଭାବେ ୫ହଜାରରୁ ଊର୍ଧ୍ବ ମଞ୍ଚରେ ସାମିଲ୍‌ ହୋଇ ହାସଲ କରିଥିବା ବ୍ୟାଜ୍‌ଗୁଡ଼ିକୁ ସଂଗ୍ରହ କରି ସେ ଏହି ସୌଭାଗ୍ୟ ହାସଲ କରିଛନ୍ତି। ସମସ୍ତ ବ୍ୟାଜ୍‌ରେ ତାଙ୍କର ନାମ ଉଲ୍ଲେଖ ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଦେଶ ଓ ଦେଶ ବାହାରେ ଯୋଗ ଦେଇଥିବା କାର୍ଯ୍ୟକ୍ରମରୁ ପାଇଥିବା ବ୍ୟାଜ୍‌ଗୁଡ଼ିକ ମଧ୍ୟ ସେ ସାଇତି ରଖିଛନ୍ତି।

ପିଲାବେଳୁ ବାପାଙ୍କ ପ୍ରେରଣାରେ ତାଙ୍କ ମଧ୍ୟରେ ସଂଗ୍ରହର ରୁଚି ଉଙ୍କି ମାରିଥିଲା। ବିଭିନ୍ନ ଜିଲ୍ଲାରେ ରାଜାଙ୍କର ଡାକ୍ତର ଭାବେ ଦାୟିତ୍ବ ନିର୍ବାହ କରିଥିବା ତାଙ୍କ ବାପା ସ୍ବର୍ଗତ ଡାକ୍ତର ବଂଶୀଧର ସେନାପତି ରାଜକୀୟ ଜିନିଷ ସଂଗ୍ରହ କରୁଥିବାରୁ ଏହା ତାଙ୍କୁ ଅନୁପ୍ରାଣିତ କରିଥିଲା। ୧୯୯୨ ମସିହାରୁ ତାଙ୍କର ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ସେ ସୋଲୋ, ରିବନ, ଭେଲ୍‌ଭେଟ୍‌ ଓ ଝୋଟର ବ୍ୟାଜ୍‌ ସଂଗ୍ରହ କରିଛନ୍ତି। ନିକଟରେ ରାଜଭବନରେ ଆୟୋଜିତ ସଂକଳ୍ପରୁ ସିଦ୍ଧି କାର୍ଯ୍ୟକ୍ରମରେ ସଫଳ ବ୍ୟକ୍ତିତ୍ବ ଭାବେ ସେ ରାଜ୍ୟପାଳଙ୍କ ଦ୍ବାରା ସମ୍ମାନିତ ହୋଇଥିବା ବେଳେ କବି ଭାବେ ମଧ୍ୟ ତାଙ୍କର ପରିଚିତି ରହିଛି। ପତ୍ରିକା ‘ଅଭିନନ୍ଦନିକା’ର ପ୍ରତିଷ୍ଠାତା ସମ୍ପାଦକ ଭାବେ ୧୯୯୨ରୁ ଦାୟିତ୍ବ ନିର୍ବାହ କରି ଆସୁଥିବା ବେବଳେ ବ୍ୟାଜ୍‌ ବ୍ୟତୀତ ବିଦେଶୀ ମୁଦ୍ରା ଓ ନୋଟ୍‌ ମଧ୍ୟ ସଂଗ୍ରହ କରିଛନ୍ତି। ଏହାବ୍ୟତୀତ ନିଜ ନାମ ପ୍ରକାଶ ପାଇଥିବା ସମ୍ବାଦପତ୍ରର ପ୍ରାୟ ୧୦ ହଜାରରୁ ଅଧିକ ସମ୍ବାଦ କ୍ଲିପ୍‌ ସେ ସଂଗ୍ରହ କରିଛନ୍ତି। ସେହିପରି ବହୁ ନାମୀ ସେଲେବ୍ରିଟିଙ୍କ ସହ ଫଟୋ ଉଠାଇ ସେସବୁକୁ ସାଇତି ରଖିବାରେ ମଧ୍ୟ ସେ ସର୍ବାଗ୍ରେ ରହିଛନ୍ତି।

ଆଗାମୀ ଦିନରେ ସେ ଏ ସମସ୍ତ ସଂଗ୍ରହକୁ ନେଇ ଏକ ପ୍ରଦର୍ଶନୀ ଆୟୋଜନ କରିବାକୁ ଇଚ୍ଛା ରଖିଥିବା କହିଛନ୍ତି। ଏଥିସହ ଆଗକୁ ଅନ୍ୟ ସଂଗ୍ରହରେ ରେକର୍ଡ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତାଙ୍କର ଏହି ନିଆରା ସଂଗ୍ରହ ପାଇଁ ବିଶ୍ବ ରେକର୍ଡରେ ସ୍ଥାନ ଦେଇଥିବାରୁ ସେ ୱାର୍ଲଡ୍‌ ରେକର୍ଡସ ଇଣ୍ଡିଆର ମୁଖ୍ୟ ସମ୍ପାଦକ ପୱନ ସୋଲାଙ୍କିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ସେନାପତିଙ୍କ ସାରସ୍ବତ ରଚନା ମଧ୍ୟରେ ରହିଛି କାବ୍ୟଗ୍ରନ୍ଥ ତାରାଭରା ଆକାଶ , ମାଆ, ବହୁବର୍ଣ୍ଣା, ବାପା, ଦଧିନଉତି । ସାରସ୍ବତ ରଚନା ଏବଂ ସାଂସ୍କୃତିକ ସଂଗଠକ ଭାବେ ସେ ଶ୍ରୀକ୍ଷେତ୍ରଶ୍ରୀ ସମ୍ମାନ, ସଂସ୍କାର ଭାରତୀ ସମ୍ମାନ, ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ସମ୍ମିଳନୀ ପୁରସ୍କାର

Leave a Reply

Your email address will not be published. Required fields are marked *