ବିଶ୍ଵ ମହିଳା ଦିବସ ବ୍ରାହ୍ମଣ ଝରିଲୋରେ ପାଳିତ

Spread the love

ବାରଙ୍ଗ , (ନାଗରାଜ ନ୍ୟୁଜ): ବାରଙ୍ଗ ବ୍ଲକ ଅନ୍ତର୍ଗତ କୁରାଂଗ ପ୍ରଧାନ ଗ୍ରାମପଞ୍ଚାୟତ ମହିଳା ସୋୟଂ ସହାୟକ ଗୋଷ୍ଠୀ ମହାସଂଘ ପକ୍ଷରୁ ବ୍ରାହ୍ମଣ ଝରୀଲୋ ସ୍ଥିତ କଲ୍ୟାଣ ମଣ୍ଡପ ରେ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାସଂଘ ର ସଭାପତି ବୁଲି ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜୀବିକା ମିଶନ ଅଧିକାରୀ ସ୍ୱର୍ଣ୍ଣ ମୟୀ ଖଟୁଆ ମୁଖ୍ୟ ବକ୍ତଭାବେ ମିଶନ ଶକ୍ତି ବ୍ଲକ ସଂଯୋଜକ ଦିବ୍ୟ ରଞ୍ଜନ ମହାପାତ୍ର ସମ୍ମାନିତ ଅତିଥିଭାବେ ମହାସଂଘ ସମ୍ପାଦିକା ଆସ୍ମତୁନ ବେଗମ ଉପସଭାପତି ପାର୍ବତୀ ବେହେରା କୋଷାଧ୍ୟକ୍ଷ ରଶ୍ମିତା ପ୍ରଧାନ ଓ ରୋଜାଲିନ ମହାନ୍ତି ପ୍ରମୁଖ ଯୋଗଦେଇ ମହିଳା ଦିବସର ତାତ୍ପର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଉକ୍ତ ସମୟରେ ବିଭିନ୍ନ ମହିଳା ଗୋଷ୍ଟି ତରଫରୁ ନିଜ ନିଜର ହାତ ତିଆରି ଖାଦ୍ୟ ଦ୍ରବ୍ୟ ସହ ହସ୍ତଶିଳ୍ପ ମେଳା ପଦର୍ଶନି କରାଯାଇ ଉକ୍ତ ଦ୍ରବ୍ୟକୁ ବିକ୍ରୟ କରାଯାଇଥିଲା । ଏହି ମେଳାକୁ ସ୍ମିତା ମହାନ୍ତି, ତନୁଜା ମହାନ୍ତି, ସୁଜାତା ଜେନା, କଲ୍ୟାଣୀ ସାହୁ, ବାସନ୍ତୀ ଦାସ, ତେଜସିନି ମେକାପ, କମଳା ସାହୁ, ସୀମା ଭୋଇ, ପ୍ରଭାତ ମଞ୍ଜରୀ ଦାସ, ମିନତି ବେହେରା, ସ୍ୱାଗତିକା ଦାସ, ମିନତିପ୍ରଭା ପାତ୍ର, ମଧୁସ୍ମିତା ସାହୁ,ରେଣୁବାଳା ତରାଇ,ଆରତୀ ବେହେରା ,ସାବିତ୍ରୀ ବେହେରା, ଉଲ୍ଲାସ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଭଲ କାମ କରିଥିବା ମହିଳା ଗୋଷ୍ଟୀଙ୍କୁ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *