ୟୁକ୍ରେନ ସ୍ୱାଧିନତା ଦିବସରେ ଋଷର ମିସାଇଲ୍ ମାଡ଼

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ୨୪ ଅଗଷ୍ଟ ଅର୍ଥାତ ଗତକାଲି ୟୁକ୍ରେନର ସ୍ୱାଧିନତା ଦିବସ ଥିଲା । ୟୁକ୍ରେନ ସ୍ୱାଧିନତା ଦିବସରେ ଋଷ ଏକ ରେଳ ଷ୍ଟେସନରେ ମିସାଇଲ ମାଡ କରିଥିଲା । ଯେଉଁଥିରେ ୨୨ ଜଣ ପ୍ରାଣ ହରାଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ପୂର୍ବରୁ କହିଥିଲେଯେ, ଦେଶର ସ୍ୱାଧିନତା ଦିବସରେ ଋଷ କିଛି ବଡ ଅଘଟଣ ଘଟାଇପାରେ । ଏହାପର ଦିନ ସେ କହିଛନ୍ତିଯେ, ଋଷ ଡୋନେସ୍କରୁ ୧୪୫ କିମି ଦୂରରେ ଥିବା ସହର ଚ୍ୟାମ୍ପଲିନ ଏକ ଟ୍ରେନ୍ ଉପରେ ରକେଟ୍ ଆକ୍ରମଣ କରିଥିଲା । ଯେଉଁଥିରେ ବଗିରେ ନିଆଁ ଲାଗିଯାଇଥିଲା । ତେବେ ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ଏପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇନାହିଁ ।

Leave a Reply

Your email address will not be published.