ୟୁକ୍ରେନ୍ ସହରକୁ ଦଖଲ କରିନେଲା ଋଷ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ୟୁକ୍ରେନ୍‌ର ଦକ୍ଷିଣ-ପୁର୍ବ ମେଲିଟୋପୋଲ ସହରକୁ ଋଷୀୟ ସୈନ୍ୟ ନିଜ ଦଖଲକୁ ନେଇସାରିଛି। ଋଷୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ କେନ୍ଦ୍ରିୟ କିଭ୍ ସହରରେ ଋଷ ସୈନ୍ୟମାନେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଏଥିମଧ୍ୟରୁ କିଛି କ୍ଷେପଣାସ୍ତ୍ର ଆବାସିକ ଆପାର୍ଟମେଣ୍ଟରେ ମାଡ଼ ହୋଇଛି। ତେବେ ଏଥିରେ କୌଣସି ଲୋକଙ୍କର ମୃତ୍ୟୁ ହୋଇନଥିବା ୟୁକ୍ରେନ ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଋଷ ପକ୍ଷରୁ ରାଜଧାନୀ କିଭ୍ ସମେତ ଅନେକ ସହରରେ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଆର୍ଟିଲିରି ଷ୍ଟ୍ରାଇକ୍ ଆରମ୍ଭ କରିଛି।

ତେବେ ୟୁକ୍ରେନ୍ ପକ୍ଷରୁ ବର୍ତ୍ତମାନ ଋଷର ମେଲିଟୋଲ ସହର ଦଖଲ ଉପରେ କୌଣସି ସୂଚନା ଦିଆଯାଇନାହିଁ । ସୂଚନା ଅନୁସାରେ ଏହି ସହରରେ ପ୍ରାୟ ଦେଢ଼ ଲକ୍ଷ ଲୋକେ ବାସ କରନ୍ତି । ତେବେ ଋଷୀୟ ରକ୍ଷାମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ୍ ଆକ୍ରମଣ ପରଠୁ ମେଲିଟୋଲ ହେଉଛି ପ୍ରଥମ ସରହର ଯାହା ତାଙ୍କ ସୈନ୍ୟ ଦଖଲ କରିଛି । କିଭ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ଏକ କ୍ଷେପଣାସ୍ତ୍ର ଏକ ଆବାସିକ କୋଠାକୁ ଧକ୍କା ଦେଇଛି ଏବଂ ଆଉ ଏକ କ୍ଷେପଣାସ୍ତ୍ର ବିମାନ ବନ୍ଦର ନିକଟରେ ଆଉ ଏକ ଅଞ୍ଚଳ ମାଡ ହୋଇଛି। ଆହତଙ୍କ ସମ୍ପର୍କରେ ତୁରନ୍ତ କୌଣସି ସୂଚନା ମିଳିପାରିନାହିଁ । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଭିଡିଓ ବାର୍ତ୍ତା ଜାରି କରି ଦୃଢତାର ସହିତ କହିଛନ୍ତି ଯେ ଆମେ ଅସ୍ତ୍ର ତ୍ୟାଗ କରିବୁ ନାହିଁ, ଆମେ ଆମ ଦେଶର ସୁରକ୍ଷା ପାଇଁ ଲଡେଇ କରିବୁ । ଗତ କିଛି ସପ୍ତାହର ଚେତାବନୀ ପରେ ଗୁରୁବାର ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published.