ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ଏସିଆ କପ୍ କ୍ରିକେଟ ପାଇଁ ସୋମବାର ଭାରତୀୟ ଟିମ୍ ଘୋଷିତ ହୋଇଛି । ମୁଖ୍ୟ ଚୟନକାରୀ ଚେତନ ଶର୍ମାଙ୍କ ନେତୃତ୍ୱରେ ଚୟନ କମିଟି ସୋମବାର ମୁମ୍ବାଇରେ ଅନୁଷ୍ଠିତ ବୈଠକ ପରେ ୧୫ ଜଣିଆ ଭାରତୀୟ ଦଳକୁ ଅନ୍ତିମ ରୂପ ଦେଇଛନ୍ତି । ଭାରତୀୟ ଟିମ୍‌ରେ ବିରାଟ କୋହଲି ଓ ଉପ-ଅଧିନାୟକ କେଏଲ୍ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । କିନ୍ତୁ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ସ୍ଥାନ ମିଳିନାହିଁ । ଏନେଇ ବିସିସିଆଇ ଟୁଇଟ୍ କରିଛି । ବିସିସିଆଇ ଏକ ଅନ୍ୟ ଟୁଇଟ୍‌ରେ କହିଛି । ଜସପ୍ରୀତ ବୁମାର ଓ ହର୍ଷଲ ପଟେଲ ଆଘାତ ଯୋଗୁଁ ଚନୟ ଉପଲବ୍ଧ କରାଯାଇ ପାରି ନାହିଁ । ସେମାନେ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଏନସିଏରେ ଅଛନ୍ତି । ତିନି ଖେଳାଳି ଶ୍ରେୟସ ଆୟର, ଅକ୍ଷର ପଟେଲ ଓ ଦୀପକ ଚାହରଙ୍କୁ ଷ୍ଟାଣ୍ଡବଏ ଭାବରେ ରଖାଯାଇଛି । ଭାରତୀୟ ଟିମ୍‌ରେ ୩ ଜଣ ଦ୍ରୁତ ବୋଲର ସାମିଲ ହୋଇଛନ୍ତି । ସେମାନେ ହେଲେ ଭୁବନେଶ୍ୱର କୁମାର, ଆଭେସ ଖାନ ଓ ଅର୍ଶଦୀପ ସିଂହ ।

Leave a Reply

Your email address will not be published.