ନିଖୋଜ ନାବାଳିକାର କ୍ଷତଵିକ୍ଷତ ଶବ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Spread the love

କ‌ାମାକ୍ଷ‌ା ନଗର:ଆଇନ୍ ଯେତେ କଠୋର ହେଲେ ବି ଦୁଷ୍କର୍ମ ଥମିବାର ନାଁ ଧରୁନି ।  ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ମରୁଆବିଲି ପଞ୍ଚାୟତ ଖରଖରୀ ଗ୍ରାମରୁ ଜଣେ ନାବାଳିକାର କ୍ଷତ ବିକ୍ଷତ ଶବକୁ ଠାବ ହୋଇଛି। ପରିପାଶ୍ବିକ ଅବସ୍ଥାରୁ ନାବାଳିକାକୁ ପ୍ରଥମେ ଦୁଷ୍କର୍ମ ଓ ପରେ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ନେବାରେ ଜଣାପଡିଛି ନାବାଳିକା ଜଣକ ଗତ କାଲିଠାରୁ ନିଖୋଜ ଥି‌ଲେ।

ସକାଳେ ଖରଖରୀ ଗାଁ ନିକଟରେ ଜଣେ ନାବାଳିକାର ଶବ ପଡିଥିବା ଲୋକମାନେ ଦେଇଖିବାକୁ ପାଇଥିଲେ। ଖବର ପାଇ ଘଟଣା ସ୍ଥଳରେ କଙ୍କଡାହାଡ ଥାନ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *