ପ୍ରେମ ପାଇଁ ବିଷ ପିଇ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି ଯୁବକ

Spread the love

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡାଲଙ୍ଗ ପଞ୍ଚାୟତ ଅଧିନସ୍ଥ ଡାଲଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା
। ଯୁବତୀଙ୍କ ଘର ଲୋକ ବିବାହ ପାଇଁ ରାଜି ନହେବାରୁ ଯୁବକ ଜଣଙ୍କ ବିଷ ପିଇ ଗୁରୁତର ହୋଇ ପଡିଥିବା ଯାହା ସୂଚନା ମିଳିଛି । ଘଟଣା ପ୍ରକାଶ ଯେ ଡାଲଙ୍ଗ ଗ୍ରାମ ଅଞ୍ଚଳର ସୋରଜ କୁମାର ସାହୁ ନାମକ ଏକ ଯୁବକ ବରପଦା ଗ୍ରାମର ଜଣେ ଯୁବତୀଙ୍କୁ 2 ବର୍ଷ ଧରି ଉଭୟ ଉଭୟଙ୍କୁ ଭଲ ପାଇଁ ଆସୁଥିଲେ । ହେଲେ ଯୁବତୀଙ୍କ ପରିବାର ଲୋକେ ଯୁବତୀଙ୍କ ଅନ୍ୟତ୍ର ଜାଗାରେ ବିବାହ କରିଦେଲେ । ଏଥିପାଇଁ ଯୁବକ ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଯୁବକଙ୍କ ପରିବାର ଲୋକେ କହିଛନ୍ତି । ଏବେ ଯୁବକଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *