ପଞ୍ଚାୟତ ନିର୍ବାଚନ ପାଇଁ ଜୋନସ୍ତରୀୟ ବୈଠକ

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କର୍ମୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତ୍ୟେକ ଜୋନ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗତକାଲି ବସ୍ତା ବ୍ଲକର ୧୫ ନମ୍ବର ଜୋନରେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ସହ ବହୁ କଂଗ୍ରେସ ନେତା ଗାନ୍ଧିଛକ ଠାରେ ପହଞ୍ଚି ଗାନ୍ଧିମୂର୍ତିରେ ମାଲ୍ୟାର୍ପଣ ଦେଇ କୁଡିଆ ପଞ୍ଚାୟତ ପର୍ଯ୍ୟନ୍ତ ପଦଯାତ୍ରା କରି ଜୋନ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଜୋନର ଗଡପଦା, ରାଉତପଡା, ଦୁଖହଂସା, ମଥାନୀ, ସଦାନନ୍ଦ ପୁର, ପତ୍ରଝଡ଼ା, କୁଡିଆ, ବାହାର୍ଦା, ଚକୁରାଇର ସମସ୍ତ ପ୍ରାର୍ଥୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *