ଟାଏକୋଣ୍ଡା ସ୍ୱର୍ଣ୍ଣ ଓ ରୌପ୍ୟ ବିଜେତାଙ୍କୁ ସମ୍ବର୍ଦ୍ଧନା

Spread the love

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲାର ଦୁଇ ବାଳିକା ଜୁନିଅର ଟାଏକୋଣ୍ଡୋ କିରୋଗୀ ଖେଳାଳି ଅଣ୍ଡର ୬୮ କିଗ୍ରା ବର୍ଗରେ ସୁମନ ସୁଆର ସ୍ୱର୍ଣ୍ଣ ଏବଂ ଅଣ୍ଡର ୫୨ କିଗ୍ରା ବର୍ଗରେ ପ୍ରିୟଙ୍କା ବଡଜେନା ରୌପ୍ୟ ପଦକ ହାସଲ କରିଥିବାରୁ ଜିଲ୍ଲାପାଳ ସମର୍ଥ ବର୍ମା ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଛା ଜଣାଇଥିଲେ।ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ,ଧାନବାଦ ଓ ଉତ୍ତର ପ୍ରଦେଶ ଟାଏକୋଣ୍ଡା ସଙ୍ଘର ମିଳିତ ଆନୁକୂଲ୍ୟରେ ଚଳିତ ଜାନୁଆରୀ ମାସ ୨୭ ରୁ ୨୯ ତାରିଖ ପର୍ଯନ୍ତ ଉତ୍ତର ପ୍ରଦେଶର ବରେଲି ଠାରେ ୩୯ ତମ ଜାତୀୟ ଜୁନିଅର କିରୋଗୀ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ପୁରୀ ଜିଲାରୁ ସୁମନ ସୁଆର ଓ ପ୍ରିୟଙ୍କା ବଡ଼ଜେନା ଓଡିଶା ଜୁନିଅର ଟାଏକୋଣ୍ଡୋ ଟିମ ପାଇଁ ମନୋନୀତ ହୋଇ ଏହି ସଫଳତା ପାଇଥିଲେ।ଏହି ସମ୍ବର୍ଦ୍ଧନା ସମୟରେ ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର,ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଉଭୟ ଖେଳାଳୀଙ୍କ ପ୍ରଶିକ୍ଷକ ଅଶୋଳ ସେଠୀ ଓ ମିଥୁନ କୁମାର ସାହୁ, ମିଲୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଓଡିଶା ଟାଇକୋଣ୍ଡା ସଂଘର ସମ୍ପାଦକ ଓ ଜିଲ୍ଲା ସମ୍ପାଦକ ମନମୋହନ ଭଞ୍ଜ ଏହାର ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *