ଖାନନଗର ହାଇସ୍କୁଲରେ ଅଭିଭାବକ -ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ବୈଠକ

କଟକ,(ନାଗରାଜ ନ୍ୟୁଜ): ତା 21.04.2023ରିଖ, ଶୁକ୍ରବାର ଆଜି ପୂର୍ବାହ୍ନ 7.30 ରେ ଖାନନଗର ସରକାରୀ ଉଚ୍ଚବିଦ୍ୟାଳୟ ର ଅଭିଭାବକ -ଶିକ୍ଷକ /ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ର ଚଳିତ ଶିକ୍ଷାବର୍ଷ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି !ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଙ୍କ ସଂଯୋଜନା ଓ ଏସ. ଏମ. ସି. କମିଟି ର ସଭାପତି ଜୟଶ୍ରୀ ପରିଡ଼ାଙ୍କ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟା ସଭ୍ୟ ଓ ଶତାଧିକ ଅଭିଭାବକ ଅଭିଭାବିକା ଯୋଗଦେଇ ନୂତନ ଶିକ୍ଷା ବର୍ଷ ର କ୍ୟାଲେଣ୍ଡର, ପ୍ରବେଶ ଉତ୍ସବ ଓ ପୂର୍ଣ୍ଣଉପସ୍ଥାନ, ସରକାରୀ ପ୍ରୋତ୍ସାହନ ଓ ଅନୁଦାନର ସଫଳ ବିନିଯୋଗ, ମୋ ସ୍କୁଲ ଅଭିଯାନ, ମୁଖ୍ୟମନ୍ତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ପୁରସ୍କାର, ଅବକାଶକାଳୀନ ଶିକ୍ଷା, ଅନଲାଇନ ଓ ନେଟ ମାଧ୍ୟମରେ ଶିକ୍ଷଦାନ, ଏଫ. ଏଲ. ଏନ ତାଲିମ ପ୍ରଭୃତି ବିଭିନ୍ନ ଶୈକ୍ଷିକ ଓ ସହଶୈକ୍ଷିକ କାର୍ଯ୍ୟକ୍ରମ ସମ୍ପର୍କ ରେ ସକ୍ରିୟ ଆଲୋଚନା ରେ ଭାଗ ନେଇଥିଲେ! ପ୍ରଧାନଶିକ୍ଷକ ଶ୍ରୀ ଷଡ଼ଙ୍ଗୀ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବୈଠକ ର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀ ସମ୍ପର୍କୀୟ ସୂଚନା ପ୍ରଦାନ କରିଥିଲେ! ବରିଷ୍ଠ ଶିକ୍ଷୟିତ୍ରୀ ଦୀପ୍ତିବାଳା ସାହୁ ,ମମତା ଦାଶ, ଡ଼ ସୁଜାତା ମହାପାତ୍ର, ମିତାଲି ମହାନ୍ତି, କାଞ୍ଚନ ଵାଲା ରାଉଳ, କଳ୍ପନା ମିଶ୍ର ଓ ତପସ୍ୱିନୀ ଦାଶ ପ୍ରମୁଖ କାର୍ୟସୂଚୀ ର ପ୍ରତ୍ୟେକ ଆଲୋଚ୍ୟ ବିଷୟବସ୍ତୁ ଉପରେ ସମ୍ୟକ ଆଲୋଚନା କରିଥିଲେ! ଏହି ବୈଠକରେ ଅଭିଭାବକ ଓ ଅଭିଭାବିକା ମାନେ ସେମାନଙ୍କର ସକାରାତ୍ମକ ଅଭିବ୍ୟକ୍ତି ଉପସ୍ଥାପନ କରିବା ସହିତ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ମିଶି ଦଳଗତ ଭାବେ ସହଯୋଗ କରିବା ପାଇଁ ପ୍ରତିଶୃତି ବଦ୍ଧ ହୋଇଥିଲେ! ଗ୍ରୀଷ୍ମlବକାଶ ସମୟରେ ନିୟମିତ ପଢାପଢି ଓ ଅଭ୍ୟାସ ସହିତ ଅଂଶୁଘାତ ସଚେତନତା, କୋଭିଡ ସତର୍କତା, ସମୟର ସଫଳ ଓ ସୁବିନିଯୋଗ, ସାଇବର ଠକେଇ ପାଇଁ ସାବଧାନତା, ମୋବାଇଲ ର ସଠିକ ବ୍ୟବହାର, ପିଲାମାନଙ୍କ ର ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଉପଯୁକ୍ତ ଶାରୀରିକ ଶିକ୍ଷା, ଯୋଗ, ପ୍ରାଣାୟାମ ଓ ବିଶ୍ରାମ ଉପରେ ପ୍ରଧାନଶିକ୍ଷକ ଓ ଅନ୍ୟମାନେ ବିସ୍ତୃତ ଆଲୋଚନା କରିଥିଲେ ! ଓଡିଶା ମାଧ୍ୟମିକ ଶିକ୍ଷା ପ୍ରାଧିକରଣ ର ଅଧିକାରୀ ପ୍ରଫୁଲ୍ଲ କୁମାର ସେନାପତି ଓ ଚିନ୍ମୟୀ ସାହୁ ଉପସ୍ଥିତ ରହି ସମ୍ପୂର୍ଣ ବୈଠକ କାର୍ଯ୍ୟସମୂହ ସବିଶେଷ ପର୍ଯ୍ୟବେକ୍ଷଣ କରିଥିଲେ! ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ଦୀପିକା ବିନ୍ଧାଣି, ଜଗବନ୍ଧୁ ମଲ୍ଲିକ, ଜୟଧର୍ମ ସେନାପତି, ସନ୍ତୋଷ ଖୁଣ୍ଟିଆ, ପ୍ରିୟମ୍ବଦା ବେହେରା, ଅଞ୍ଜଳି ସାହୁ, ନମିତା ପ୍ରଧାନ, ସତ୍ୟଜିତ ଦାସ, ତ୍ରିନାଥ ସେଠି, ରଂଜିତ ଦାସ,ପ୍ରତାପ କୁମାର ଆଚାର୍ଯ୍ୟ, ଧରଣୀଧର ସେଠି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ !

Leave a Reply

Your email address will not be published.