ଅକ୍ଟୋବର ପହିଲାରୁ ୟୁନିଟ ପିଛା ବିଜୁଳି  ଦର ବୃଦ୍ଧି

Spread the love

ଭୁବନେଶ୍ବର,୨୩।୯(ଏନ୍ ନ୍ୟୁଜ୍) ଅକ୍ଟୋବର ପହିଲାରୁ ରାଜ୍ୟରେ ୟୁନିଟ ପିଛା ୨୦ ପଇସା ବିଜୁଳି ଦର ବୃଦ୍ଧି ହେବ। ଓଇଅରସି ଏଭଳି ନିଷ୍ପତି ନେଇଛି। ବିପିଏଲ୍ ଶ୍ରେଣୀ କୂଟୀର ଜ୍ୟୋତି ଓ କୃଷକଙ୍କ ପାଇଁ ଏହା ଲାଗୁ ହେବନାହିଁ। ଦର ଧାର୍ଯ୍ୟ ଶୁଣାଣି ବେଳେ ଗ୍ରିଡକୋ ବିଦ୍ୟୁତ୍ ଦର ନିଅଣ୍ଟ ଭରଣା ଦାବି କରିଥିଲା। ୬୬୦ କୋଟିର ନିଅଣ୍ଟ ଭରଣା ଭିର୍ତ୍ତିରେ ୩୪୧ କୋଟିର ଭରଣା ପାଇଁ ମଞ୍ଜୁରୀ ମିଳିଛି। ଏପ୍ରିଲ ମାସେ ଦର ନିର୍ଦ୍ଧାରଣ ହେବାକୁ ଥିଲା । ଯାହାକୁ କୋଭିଡ ପାଇଁ ସ୍ଥଗିତ ରଖାଯାଇଥିଲା। ଏବେ ଅକ୍ଟୋବର ପହିଲାରୁ ଏହି ନୂଆ ଦର ଲାଗୁ କରିବା ପାଇଁ ସ୍ଥିର ହୋଇଛି।

Leave a Reply

Your email address will not be published. Required fields are marked *