ଡାକ୍ତରଖାନାରେ ରୋଗିଙ୍କୁ ଭେଟିଲେ ୧୫ ନମ୍ବର ଜୋନର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ କବିତା ସିଂ

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): ୧୫ ନମ୍ବର ଜୋନର ନିର୍ବାଚନି ପ୍ରଚାର ଜୋର ଧରିଥିବା ବେଳେ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ କବିତା ସିଂ ଆଜି ବାଲେଶ୍ଵର ଜିଲ୍ଲା ମଥାନି ପଞ୍ଚାୟତର ବିଭିନ୍ନ ଗାଁରେ ପ୍ରଚାର ଚାଳାଇ ଥିବାବେଳେ ବାସୁଚକୁରାଇର ପଦ୍ମ ଲୋଚନ ସିଂ ହଠାତ୍ ଅସୁସ୍ଥ ହୋଇ ଗୁରୁତର ହେବାରୁ ବସ୍ତା ଡାକ୍ତରଖାନାରେ ଆଡମିଶନ ହୋଇଥିଲେ । ଏ ଖବର ପାଇ କବିତା ପ୍ରଚାର କାର୍ଯ୍ୟରୁ ନିବୃତ ହୋଇ ସିଧା ଡାକ୍ତର ଖାନାରେ ପହଞ୍ଚି ତାଙ୍କୁ ଭେଟିଥିଲେ ଓ ତାଙ୍କର ଉନ୍ନତ ଚିକିତ୍ସା ପାଇଁ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ । ତାଙ୍କ ସହିତ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନାଙ୍କ ସମେତ ବ୍ଲକ କଂଗ୍ରେସ ଉପସଭାପତି ନରେନ୍ଦ୍ର ଦାସ, ଜିଲ୍ଲା ମହିଳା କଂଗ୍ରେସର ସାଧାରଣ ସମ୍ପାଦକ ମଂଜୁ ଲତା ଦାସ ପ୍ରମୁଖ ଡାକ୍ତରଖାନାରେ ପହଁଞ୍ଚି ପଦ୍ମଲୋଚନଙ୍କୁ ଆଶ୍ଵସନା ଦେବା ସହିତ ଆରୋଗ୍ୟକାମନା କରିଥିଲେ । ଏହିଘଟଣା ଚାରିଆଡେ ପ୍ରଚାର ହେବାପରେ ଏହି ମୋହାନତା ପାଇଁ ବସ୍ତା ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ବୋଲି ସବୁଠି ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *