ନନ୍ଦନକାନନର ଭାଲୁ ଦେବାଶିଷ ମୃତ

Spread the love

ଭୁବନେଶ୍ଵର,୧୬।୯(ଏନ୍‌ ନ୍ଯୁଜ୍‌) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦେଶୀ ଭାଲୁ ଦେବାଶିଷ ଅନ୍ତଃ ନଳୀରେ ରକ୍ତ ଜନିତ ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି।
ଭାଲୁଟି ଠାରେ ସଂକ୍ରମଣ ଲକ୍ଷଣ ଥିବା ଅନୁମାନ କରାଯାଉଛି ବୋଲି ଶବ ବ୍ୟବଛେଦ କରିଥିବା ଭୁବନେଶ୍ଵରସ୍ଥିତ ଓୟୁଏଟିର ପ୍ୟାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡ. ସୁଶେନ ପଣ୍ଡା କହିଛନ୍ତି। ଭାଲୁଟି ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିବା ପରେ ନନ୍ଦନକାନନରେ ଥିବା ଅନ୍ୟ ୧୬ଟି ଭାଲୁଙ୍କ ଚିନ୍ତା ବଢିଯାଇଛି। ଏମାନଙ୍କୁ ସଂକ୍ରମଣ ମୁକ୍ତ କରି ସୁରକ୍ଷିତ ରଖିବା ଲାଗି କର୍ତୁପକ୍ଷ କର୍ମଚାରୀ ଓ ଚିକିତ୍ସକମାନେ ବୈଠକ କରି ଯୋଜନା କରିଛନ୍ତି। ନନ୍ଦନକାନନର ଆଉ ୨ ଭାଲୁ ଲିଜା ଓ ଆରତୀ ଝାଡାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ବର୍ତ୍ତମାନ ନନ୍ଦନକାନନର ଭାଲୁ ସଫାରୀରେ ୮ଟି ଓ ଖୁଆଡ଼ ମଧ୍ୟରେ ୮ଟି ଦେଶୀ ଭାଲୁ ଅଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୨୦୧୩ ମସିହାରେ ୩ ମାସରେ ହୋଇଥିବା ଅବସ୍ଥାର ଦେବାଶିଷକୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା। ମୃତ୍ୟୁ ବେଳକୁ ତାକୁ ସାଢେ ୭ ବର୍ଷ ବୟସ ହୋଇଥିଲା।

Leave a Reply

Your email address will not be published. Required fields are marked *