କଟକରେ ନକ୍ସଲଙ୍କ ଏଣ୍ଟ୍ରି ! ଫୋନରେ ମାଗିଲା ୫୦ ଲକ୍ଷ ଟଙ୍କା

Spread the love

କଟକ, (ନାଗରାଜ ନ୍ୟୁଜ): କଟକରେ ନକ୍ସଲଙ୍କ ଏଣ୍ଟ୍ରି ! ଫୋନ କରି ଲାଲ ସଲାମ କହି କଟକ ସହରର ଡାକ୍ତର ସାମି ସଲିମଙ୍କୁ ମାଗିଲା ୫୦ ଲକ୍ଷ ଟଙ୍କା । ତାଙ୍କ ପରିବାରକୁ ଅପହରଣ କରିବାକୁ ଦେଲା ଧମକ । ଏତଲା ପରେ ଝାଡ଼ଖଣ୍ଡ ଯାଇ ଜଣେ ଅଭିଯୁକ୍ତକୁ ଗିରଫ କଲା ବିଡାନାସୀ ଥାନା ପୋଲିସ । ଅଭିଯୁକ୍ତର ନାଁ ଇମ୍ରୋଜ ଅନସାରୀ । ସେ ଝାଡ଼ଖଣ୍ଡ ବାସିନ୍ଦା । ଡାକ୍ତର ସାଲିମଙ୍କୁ ଫୋନ୍ କରି ନିଜକୁ ନକ୍ସଲ ପରିଚୟ ଦେଇ ମାଗୁଥିଲା ଦାଦାବଟି । ଫୋନ କରିଥିବା ନମ୍ବ ଟି ଢେଙ୍କାନାଳର ବୋଲି ସୂଚନା ଦିଆଯାଇଛି । ତେବେ ଅଭିଯୁକ୍ତ କେବଳ କଟକର ଏହି ଡାକ୍ତର ନୁହଁନ୍ତି ବରଂ ଝାଡ଼ଖଣ୍ଡର ଜଣେ ବିଧାୟକଙ୍କ ଠାରୁ ମଧ୍ୟ ୫୦ ଲକ୍ଷ ଟଙ୍କା ଦାଦାବଟି ମାଗୁଥିଲା।  ଏଥିରେ ଆଉ କାହାର କାହାର ସଂପୃକ୍ତି ରହିଛି ସେ ନେଇ ତଦନ୍ତ କରୁଛି ବିଡାନାସୀ ଥାନା ପୋଲିସ ।

Leave a Reply

Your email address will not be published. Required fields are marked *