ରିଲିଫ ଚାଉଳ ହଡପ ପ୍ରତିବାଦରେ ବିକ୍ଷୋଭ

Spread the love

କଟକ: ରିଲିଫ ଚାଉଳ ହଡପ ପ୍ରତିବାଦରେ ମକୁନ୍ଦ ପୁର ଗ୍ରାମର ପ୍ରକୃତହିତାଧିକାରୀଙ୍କ ସିମିଳିପୁର ପଞ୍ଚୟତ ଅଗରେ ବିକ୍ଷୋଭ ପ୍ରଦର୍ଶନ ।ଗତ ବନ୍ୟାରେ ଯେଉଁମାନେ ପାଣିଘେରରେ ଭୋକ ଉପାସରେ ଥିଲେ ସେମାନଙ୍କୁ ରିଲିଫ ନଦେଇ ଯେଉଁମାନେ ପାଇବାକୁ ଅଯୋଗ୍ୟ ଲୋକଙ୍କୁ ଦେବାନେଇ ଏହାର ତଦନ୍ତ ଦାବିରେ ମକୁନ୍ଦପୁର ବାସୀ ଆଜି ସିମିଳିପୁର ପଞ୍ଚୟତ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରିଲିଫ ଚାଉଳ ଯୋଗାଇଦେବାକୁ ଦବିକରି ଯେଉଁମାନେ ଏଭଳି କାମ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଯେଉଁମାନଙ୍କୁ ଦେବା ପାଇଁ ଚିଠା ପ୍ରସ୍ତୁତ ହୋଇଥିଲା ସେମାନଙ୍କୁ ନଦେଇ ସିମିଳିପୁର ପଂଚାୟତର VLW ହାତେଇ ଡିଲର ଓ ୱାଡ଼ ମେମ୍ବର ସେମାନଙ୍କ ନିଜଇଚ୍ଛାରେ ନିଜର ସମ୍ପର୍କୀୟଙ୍କୁ ରିଲିଫ ଚାଉଳ ବାଣ୍ଟିଛନ୍ତିବୋଲି । ଏନେଇ ବାଙ୍କୀ ବିଡ଼ିଓ,ଉପଜିଲାପାଳ, ଥାନା ଓ କଟକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ବନ୍ୟାପାଣି ଘେରରେ ଥିବା ଅଭାବି ପରିବାରଙ୍କୁ ଯଥାଶୀଘ୍ର ରିଲିଫ ଚାଉଳ ଯୋଗାଇଦେବାକୁ ।ଯଦି ଅଗାମିଦିନରେ ଆନ୍ଦୋଳନ କାରୀଙ୍କ କଥା ବୁଝା ନଯାଇ ତେବେ ସେମାନେ ଏକାଠିହୋଇ ରାଜ ରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି ।ସେପଟେ ଭିଏଲଡବ୍ଲୁ ,ଓ ପଞ୍ଚୟତ ଅଧିକାରୀ ଅନୁପସ୍ଥିତ ହେତୁ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।

Leave a Reply

Your email address will not be published. Required fields are marked *