+୨ ବୋର୍ଡ ପରୀକ୍ଷା ସପକ୍ଷରେ ବିକ୍ଷୋଭ

Spread the love

ଖଇରା, (ନାଗରାଜ ନ୍ୟୁଜ): ସାରା ଓଡ଼ିଶାରେ ପରୀକ୍ଷା ବାତିଲର ସ୍ୱର ଉଠିଲା ବେଳେ ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକରେ ସଚେଚନ ଛାତ୍ର ସଂଗଠନ ତରଫରୁ +୨ ବୋର୍ଡ ପରୀକ୍ଷା ସପକ୍ଷରେ ଏକ ବିକ୍ଷୋଭ କରାଯାଇ ଶିକ୍ଷା ବିଭାଗକୁ ଅପ ଲାଇନ ପରୀକ୍ଷା କରିବାକୁ ଦାବି ହୋଇଛି l ଆଜି ସୋର ନିର୍ବାଚନ ମଣ୍ଡଳୀର ବିଭିନ୍ନ ମହାବିଦ୍ୟାଳୟରୁ ଛାତ୍ର ଛାତ୍ରୀମାନେ ଏକଜୁଟ୍ ହୋଇ ଅପ ଲାଇନ ପରୀକ୍ଷା ହେବା ପାଇଁ ଦାବି କରିଥିବା ବେଳେ, ପରୀକ୍ଷା ସପକ୍ଷରେ ଏକ ଦାବିପତ୍ର ଗଣଶିକ୍ଷା ବିଭାଗର ମନ୍ତ୍ରୀଙ୍କୁ ମେଲ୍ ଯୋଗେ ପ୍ରଦାନ କରାଯାଇଛି ପ୍ରକାଶ କରିଛନ୍ତି l ପରୀକ୍ଷା ହେଲେ ଗୁଣାତ୍ମକ ଶିକ୍ଷାର ବିକାଶ ହେବ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାଠ ପଢିବା ପାଇଁ ଇଛା ଜାଗୃତ ହେବ ଏବଂ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ଏକ ପଥ ସୃଷ୍ଟି ହେବ। ସେଥିପାଇଁ ପରୀକ୍ଷା ହେଉବୋଲି ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *