୧୨ରେ ଅନୁଷ୍ଠିତ ହେବ ୬୧ ତମ ପୁରୀ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା

Spread the love

ପୁରୀ(ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲା ବଡି ବିଲଡିଙ୍ଗ ଆସୋସିଏସନ ଆନୁକୂଲ୍ୟରେ ୬୧ତମ ପୁରୀ ଜିଲ୍ଲା ସ୍ତରୀୟ ୬୧ ତମ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଚଳିତ ମାସ ୧୨ ତାରିଖରେ ତିଆଡି ସାହିସ୍ଥିତ ଅଡଙ୍ଗ ତିଆଡି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ।ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଏହି ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ବହୁ ପୁରାତନ।ତେଣୁ ଏହାକୁ ଭଲ ଭାବେ ସମସ୍ତ ଙ୍କ ସହଯୋଗ ରେ ଆୟୋଜନ କରାଯିବ ବୋଲି କହିଥିଲେ।ଏହି ପ୍ରତିଯୋଗିତା ଚଳିତ ମାସ ୧୨ ତାରିଖ ଅପରାହ୍ନ ୫ ଘଟିକା ସମୟରେ ୧୦ ଟି ବର୍ଗରେ ଅନୁଷ୍ଠିତ ହେବ।ସୁରକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ଚିକିତ୍ସା, ପରିଷ୍କାର ପରିଛନ୍ନତା, ପାନୀୟ ଜଳ ବ୍ୟବସ୍ଥା ଇତ୍ୟାଦି ର ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା।ରାମାୟଣୀ ଯୁବ ସାଂସ୍କୃତିକ ସଂସଦ ପକ୍ଷରୁ ଆୟୋଜିତ ଏହି ବୈଠକରେ ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ,ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ଜିଲ୍ଲା ବଡି ବିଲ୍ଡିଂ ଆସୋସିଏସନ ର ସମ୍ପାଦକ ଡଃ ବି କେ ବ୍ରହ୍ମା, ପରାମର୍ଶଦାତା ମନୋଜ କୁମାର ରଥ,ବିଜୟ କୁମାର ବ୍ରହ୍ମା,ରାମାୟଣୀ ଯୁବ ସାଂସ୍କୃତିକ ସଂସଦର ସଭାପତି ଶିଶିର ପ୍ରତିହାରୀ, ସମ୍ପାଦକ ଗୋପିକୃଷ୍ଣ ପଣ୍ଡା, ସଦସ୍ୟ ଦେବୀ ପ୍ରକାଶ ବ୍ରହ୍ମା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *