କାଠଯୋଡି ନଦୀରୁ ଅଚିହ୍ନା ଯୁବକ ଶବ ଉଦ୍ଧାର

Spread the love

ବାରଙ୍ଗ: ସନ୍ଧ୍ୟା ବେଳେ ବାରଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣୀଗାଁ ନିକଟ କାଠଯୋଡି ନଦୀରୁ ପୁଲିସ ଜଣେ ଅଚିହ୍ନା ଯୁବକର ଶବ ଉଦ୍ଧାର କରିଛି। ଉଦ୍ଧାର ଯୁବକର ବୟସ ଜଣେ ୩୦ ବ‌ର୍ଷ ହେବ । ସେ  ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ ଓ ଧୂସର ରଙ୍ଗର ପୁରା ହାତ ସାର୍ଟ ପିନ୍ଧିଛନ୍ତି। ଗ୍ରାମର କିଛି ଲୋକ ଶବଟି ପାଣି ମଝିରେ  ଭାସୁଥିବାର ଦେଖିଥିଲେ। ବାରଙ୍ଗ ଥାନାକୁ ସୂଚନା ଦେବାରୁ ପୁଲିସ ବାରଙ୍ଗ ଅଗ୍ନୀଶମ ବିଭାଗର କର୍ମଚାରୀଙ୍କ ସହିତ ପହଁଚି ଶବଟିକୁ ଉଦ୍ଧାର କରାଯାଇଥିଲା। ଶବଟି ଏତେ ପଚିଯାଇଛି ଅତିକମରେ ତିନି ଦିନ ତଳର ହେବ।  ପୁଲିସ ବାରଙ୍ଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ କରି ଶବକୁ ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନକୁ ପଠାଇଛି।

Leave a Reply

Your email address will not be published. Required fields are marked *