ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

Spread the love

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ 2023 ମହାନଦୀ ଉତ୍ତର ବିଭାଜନ ପରିସରର ଜଗତପୁର ଠାରେ ଅନୁଷ୍ଠିତ ହୋଇଯାଇଛି।ପାଣି ପକ୍ଷ ପାଳନ ଅବସରରେ କଟକ ର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ, ବକ୍ତୃତା, ଜିକେ, ରଚନା ପ୍ରତିଯୋଗିତା କରାଯାଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ମହାନଦୀ ଉତ୍ତର ବିଭାଜନ ପରିସରରେ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ରଥ,ଅଧିକ୍ଷଣ ଯନ୍ତ୍ରୀ ଉତ୍ତର ମହାନଦୀ ସଞ୍ଜିପ କୁମାର ବେହେରା, ବ୍ୟାରେଜ୍ ଅଧିକ୍ଷଣ ଯନ୍ତ୍ରୀ ବାବୁଲାଲ ବେହେରା ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପାଣି ପଞ୍ଚାୟତ ଦକ୍ଷତା ବୃଦ୍ଧି ରେ ଓଡ଼ିଶାର ଭୂମିକା ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । ଉତ୍ସବରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ କର୍ମ ଚାରୀ ଉପସ୍ଥିତ ଥିଲେ।ସୁପ୍ରିୟା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଶକ୍ତିପ୍ରସାଦ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *