ବସ୍ତା ବ୍ଲକରେ ମିଶ୍ରଣ ପର୍ବ ଅନୁଷ୍ଠିତ

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପୁଟୁରା ଗ୍ରାମପଞ୍ଚାୟତ ଡ଼ୁବୁଲିଆ ଗ୍ରାମରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରୁଥିଲେ ପୁରୁଖା ବିଜେପି ନେତା ବାସୁଦେବ ପଣ୍ଡା, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ତଥା ବସ୍ତା ବିଧାନସଭା ନେତା ରଘୁନାଥ ମହାନ୍ତି, ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାସ, ଜିଲ୍ଲା ଉପସଭାପତି କମଳ ଲୋଚନ ଦାସଙ୍କ ଉପସ୍ଥିତିରେ ପୂର୍ବତନ ବିଜେଡି ସରପଞ୍ଚ ମଦନ ମୋହନ ନନ୍ଦ, ମଧୁସୂଦନ ମଇକାପ ଓ ଅଜୟ କୁମାର ପାଳଙ୍କ ସମେତ ଶହେରୁ ଅଧିକ ସମର୍ଥକଙ୍କୁ ନେଇ ବିଜେଡି ଓ କଂଗ୍ରେସ ଦଳ ଛାଡି ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି ।

ଜିଲ୍ଲା ପରିଷଦ ନବକୃଷ୍ଣ ଦାସ, ୧୭ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଗୀତାରାଣୀ ଦାସ, ପୁଟୁରା ପଂଚାୟତ ସଭାପତି ତଥା ବର୍ତ୍ତମାନ ସରପଞ୍ଚ ପ୍ରାର୍ଥୀ ରାଧାକୃଷ୍ଣ ବେହେରା, ବ୍ଲକ ସଦସ୍ୟ ସଞ୍ଜୟ କୁମାର ଜେନା ଓ ସମସ୍ତ ୱାର୍ଡ ସଦସ୍ୟ ସଦସ୍ୟା ଏବଂ ବହୁ ବିଜେପି କାର୍ଯ୍ୟକ୍ରତା ଏହି ସଭାରେ ଉପସ୍ଥିତ ଥିଲେ । ୧୭ ନମ୍ବର ଜିଲ୍ଲା ପରିଷଦଙ୍କୁ ପଦ୍ମଫୁଲ ଚିହ୍ନ, ପୁଟୁରା ସରପଞ୍ଚଙ୍କୁ ଖୋଲା ଛତା ଚିହ୍ନ, ବ୍ଲକ ସଦସ୍ୟ ଙ୍କୁ ବସ ଚିହ୍ନରେ ଭୋଟ ଦେବାପାଇଁ ହାତ ଯୋଡି ପୃବର୍ତନ ମନ୍ତ୍ରୀ ରଘୁନାଥ ମହାନ୍ତି ପୁଟୁରା ପଂଚାୟତ ବାସୀଙ୍କୁ ଅନୁରୋଧ କରିଥିଲେ । ସଭା ଶେଷରେ ସଞ୍ଜୟ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।  ଦେଖିବାକୁ ବାକି ରହିଲା ପୁଟୁରା ଗ୍ରାମ ପଂଚାୟତ କେଉଁ ଦଳ ବା ପାର୍ଟି କବ୍ଜାରେ ରହୁଛି ।

Leave a Reply

Your email address will not be published. Required fields are marked *