ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ

Spread the love
ଭୁବନେଶ୍ଵର,(ନାଗରାଜ ନ୍ୟୁଜ): ଗତକାଲି ଠାରୁ ବଦଳୁଛି ରାଜ୍ୟର ପାଣିପାଗ । ଆଜି ମଧ୍ୟ କିଛି ସ୍ଥାନରେ କୋହଲିଆ ପାଗ ଦେଇଥିବା ଜଣାପଡ଼ିଛି । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ । ଓଡିଶା ପହଞ୍ଚିବା ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଛି ବୋଲି କହିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ସାରା ରାଜ୍ୟରେ କୋହଲା ପାଗ ଲାଗିରହିଛି । ସ୍ଥାନେ ସ୍ଥାନେ ଝିପିଝିପି ବର୍ଷା ବି ହେଉଛି । ତେବେ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସେପଟେ ଯଦି ଆସନ୍ତା ସପ୍ତାହରେ ଯଦି ମୌସୁମୀ ଓଡ଼ିଶା ଛୁଏଁ ତେବେ ସାରା ରାଜ୍ୟରେ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ଘଡ଼ଘଡ଼ି ଓ ବର୍ଷା ପାଇଁ କିଛି ଜିଲ୍ଲା ୟେଲୋ ୱାଣ୍ଣିଂ ମଧ୍ୟ ଜାରୀ କରାଯାଇଛି । ଖୋର୍ଦ୍ଧା,ଅନୁଗୁଳ,ନବରଙ୍ଗପୁର,ଯାଜପୁର ଆଦି ଜିଲ୍ଲା କୁ ୟେଲୋ ୱାଣ୍ଣିଂ ଜାରୀ କରାଯାଇଛି ।

Leave a Reply

Your email address will not be published. Required fields are marked *