ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ” ବିଶ୍ୱାସ ଘାତକତା ଦିବସ” ପାଳିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଐତିହାସିକ କୃଷକ ଆନ୍ଦୋଳନ ର ଚାପ ରେ କୃଷକ ବିରୋଧୀ ତିନି କଳା କୃଷି ଆଇନ ବାତିଲ କରିବା ପାଇଁ ମୋଦି ସରକାର ବାଧ୍ୟ ହୋଇଥିଲେ l ଏହା ସହିତ କୃଷକ ମାନଙ୍କର ଅନ୍ୟାନ୍ୟ ସମସ୍ତ ନ୍ୟାୟପୂର୍ଣ୍ଣ ଦାବୀ ଗୁଡିକୁ ପୂରଣ କରିବା ପାଇଁ ପ୍ରତିଶୃତି ଦେଇ ଡିସେମ୍ବର 9 ତାରିଖ ରେ ସଂଯୁକ୍ତ କିଷାନ ମୋର୍ଚ୍ଚା କୁ ଚିଠି ଦେବା ପରେ ଡିସେମ୍ବର ୧୧ ତାରିଖରେ ଆନୁଷ୍ଠାନିକ ଭାବେ କୃଷକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l ମାତ୍ର ବର୍ତ୍ତମାନ ସୁଦ୍ଧା ଘୋଷିତ ପ୍ରତିଶୃତି ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ମୋଦି ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି l

ମୋଦି ସରକାରଙ୍କ କୃଷକ ମାନଙ୍କୁ ଦେଇଥିବା ପ୍ରତିଶୃତି ଖିଲାପ କରି ବିଶ୍ୱାସଘାତକତା କରିଛନ୍ତି l ଆଜି ଏହା ପ୍ରତିଶୃତି ଖିଲାପ ବିରୋଧରେ ସାରା ଦେଶରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ” ବିଶ୍ୱାସ ଘାତକତା ଦିବସ” ପାଳନ କରା ଯାଉଛି  l ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱ ରେ ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ ହୋଇ ଯାଇଛି  l

ଚାଷୀ ର ସବୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍. ଏସ୍. ପି.)କୁ ଆଇନଗତ ମାନ୍ୟତା, ସହୀଦ କୃଷକ ପରିବାରମାନଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା, କୃଷକ ମାନଙ୍କ ବିରୋଧରେ ହୋଇଥିବା ସମସ୍ତ ମୋକଦ୍ଦମା ପ୍ରତ୍ୟାହାର କରିବା, ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ପ୍ରଦାନ, ଜନ ବିରୋଧୀ-କୃଷକ ବିରୋଧୀ ବିଦ୍ୟୁତ ବିଲ-୨୦୨୦କୁ ପ୍ରତ୍ୟାହାର କରିବା ପାଇଁ ମୋଦି ସରକାର ପ୍ରତିଶୃତି ଦେଇଥିଲେ l ଏହି ସମସ୍ତ ପ୍ରତିଶୃତି ଗୁଡିକୁ ପୂରଣ କରିବା ଦାବୀ ରେ ଆନ୍ଦୋଳନ କୁ ପୁଣି ତୀବ୍ରତର କରାଯିବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ କୁହା ଯାଇଛି l

ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଅନୁଷ୍ଠିତ ଏହି ଆନ୍ଦୋଳନ ରେ ସର୍ବଶ୍ରୀ ଜଗନ୍ନାଥ ଦେଓ, ଶରତ କୁମାର ରାୟଗୁରୁ, ପ୍ରଦୀପ୍ତ ମହାନ୍ତି, ମୋହନ ନାଇଡୁ, ପ୍ରତାପ ଚିନାରା, ମନୋରଞ୍ଜନ ମହାରଣା, ବିଭୁତି ରାଉତରାୟ ସମେତ ବହୁ କୃଷକ, ଶ୍ରମିକ, ଯୁବ-ଛାତ୍ର ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *