ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘମେଳାରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Spread the love

ଆଜି ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘମେଳାରେ ଯୋଗଦେଲେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମହିମା ଗୋସେଇଁ ଙ୍କ ଆଶିଷ ଏବଂ ମହିମା ସାଧୁ ଙ୍କ ଠୁ ଆଶୀର୍ବାଦ ନେଲେ ଏବଂ ମାଘ ମେଳା ମାଧ୍ୟମରେ ମହିମା ସମାଜ ର ବାର୍ତ୍ତା ଅଧିକ ରୁ ଅଧିକ ବ୍ୟାପକ ହେଉ ଏହାହିଁ କାମନା କରିଥିଲେ, ଦୁଇ ବର୍ଷ କରୋନା ମହାମାରୀ ପାଇଁ ମାଘମେଳା ଭକ୍ତ ଙ୍କ ପାଇଁ ବନ୍ଦ ଥିଲା, ଚଳିତ ବର୍ଷ କରୋନା କଟକଣା ଫ୍ରି ଥିବାରୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ମହିମା ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି, କିଛିଦିନ ପୂର୍ବରୁ ଏହି ମହିମା ଗାଦିରେ ଦୁଇଗୋଷ୍ଠୀ ସାଧୁଙ୍କ ମଧ୍ୟରେ ବିବାଦ ହୋଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଧେଶ କ୍ରମେ ଜିଲ୍ଲା ପ୍ରଶାସନ ନେର୍ତୁତ୍ୱ ରେ ବତୀ ମନ୍ଦିର ଏବଂ ଧୂନି ମନ୍ଦିର ଉଛେଦ ହୋଇଥିଲା, ପରେ ଜିଲ୍ଲା ପ୍ରଶାସନ ଏବଂ ଉଭୟ ଗୋଷ୍ଠୀ ସାଧୁ ଙ୍କୁ ନେଇ ଏକ ସମାଧାନ ହୋଇଥିଲା, ଏବଂ ମାଘମେଳା ପରେ ସ୍ଥାୟୀ ସମାଧାନ ହେବ ବୋଲି ମଧ୍ୟ କଥା ହୋଉଛି, ମେଳାରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ବ୍ୟାପକ ପୋଲିସ ମୂର୍ତୟାନ ହୋଇଛନ୍ତି ବୋଲି ଢେଙ୍କାନାଳ SP ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି,ଜୋରନ୍ଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଆରତୀ ନାୟକ ମଧ୍ୟ କହିଛନ୍ତି ସମସ୍ତ ସୁବିଧା,ପାନୀୟ ଜଳ, ଆଲୋକୀକରଣ, ଭଲାଣ୍ଟିୟର, ଭଳି ସୁଭିଧା କରିଛନ୍ତି, ମାଘମେଳା ଶାନ୍ତି ଶୃଙ୍ଖଳା ରେ ହେଉଛି, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଙ୍ଗମ ହେଉଛି ,ଅଂଚଳ ରେ ମହିମା ଅଲେଖ ନିରଞ୍ଜନ ଶବ୍ଦରେ କମ୍ପି ଉଠୁଛି l

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published. Required fields are marked *