ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ

Spread the love

ପାଟଣାଗଡ଼, (ନାଗରାଜ ନ୍ୟୁଜ): ଜଣେ ମହିଳାଙ୍କୁ ଦନ୍ତା ହାତୀ ଦଳି ଦେଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ଭଳି ଏକ ଦୁଃଖଦ ଖବର ଆସିଛି । ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଲଡ଼ଙ୍ଗାଭଟା ଗାଁରେ ମାର୍କଣ୍ଡ ଷାଣ୍ଢ (ଝଗଡ଼ୁ) ଏବଂ ପତ୍ନୀ ପ୍ରତିମା ଷାଣ୍ଢ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୩ଟା ସମୟରେ ହଠାତ୍‌ ଏକ ଦନ୍ତା ହାତୀ ଘରେ ପଶି ତିନି ଚାରି ପ୍ୟାକେଟ୍‌ ଚାଉଳ ଖାଇବା ପରେ ପ୍ରତିମା ଷାଣ୍ଢ(୫୮)ଙ୍କୁ ଦଳି ମାରି ଦେଇଥିଲା । ମାର୍କଣ୍ଡ ଷାଣ୍ଢ (ଝଗଡ଼ୁ) ଘଟଣା ସ୍ଥଳରୁ ଦୌଡ଼ି ପଳାଇଯାଇଥିଲେ । ଲରମ୍ଭା ଥାନା ପୋଲିସ ଓ ବନ ବିଭାଗ ଅଧିକାରୀ ରେଞ୍ଜର ରାଜକୃଷ୍ଣ ଭୋଇ , ଲରମ୍ଭା ଫରେଷ୍ଟର ଭାଗବତ ଦାସ, ଶ୍ୟାମସୁନ୍ଦର ସାହୁ ତଥା କର୍ମଚାରୀମାନେ ଏବେ ଘଟଣା ସ୍ଥଳରେ ପହଂଚି ଥିବାବେଳେ ବର୍ତ୍ତମାନ ମଧ୍ୟ ଶବ ପଡ଼ିରହିଛି । ଗାଁ ନେତା ଓ ଲୋକଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି । ମୃତ ମହିଳାଙ୍କ ପରିବାର ଲୋକଙ୍କୁ ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ପ୍ରାଥମିକ ତଦନ୍ତ ପରେ ସରକାରୀ ସହାୟତା ରାଶି ୪୦ ଟଙ୍କା ପ୍ରଦାନ କରାଯାଇଛି ଏବଂ ସମସ୍ତ ତଦନ୍ତ ପରେ ସରକାରଙ୍କ ନିୟମାନୁସାରେ ଅଧିକ ସରକାରୀ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ରେଞ୍ଜର ରାଜକୃଷ୍ଣ ଭୋଇ ଓ ଲରମ୍ଭା ଫରେଷ୍ଟର ଭାଗବତ ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *