ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ କରୋନାରେ ଦେହାନ୍ତ

ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି । ଗତକାଲି ରାତିରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କରୋନାରେ ସଂକ୍ରମିତ ହୋଇ ଗୁରୁତର ହେବାରୁ ଗତକିଛି ଦିନ ପୂର୍ବେ ଇକମୋ ଚିକିତ୍ସା କରାଇବା ପାଇଁ ତାଙ୍କୁ ଏୟାରଲିଫ୍ଟ ଯୋଗେ କଲିକତାର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଥିଲା ।

ବ୍ୟୟବହୁଳ ଚିକିତ୍ସା ପଦ୍ଧତି ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଳକ୍ଷିତ ହେଇନଥିଲା। ଫୁସଫୁସ ସଂକ୍ରମଣ ଯୋଗୁଁ ସେ ବେଳକୁବେଳ ଗୁରୁତର ହୋଇପଡୁଥିଲେ। ତେବେ ଗତକାଲି ୫୬ ବର୍ଷ ବୟସରେ ଜଣେ ଆମୟିକ ଓ ନିଷ୍ଠାପର ପ୍ରଶାସନିକ ଅଧିକାରୀଙ୍କ ବିୟୋଗ ଘଟିଛି ।

Leave a Reply

Your email address will not be published.