ଯୁବ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧିତ

ବାଲେଶ୍ୱର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ପଞ୍ଚାୟତ କବର ଗ୍ରାମର ଯୁବ ବୈଜ୍ଞାନିକ ଅର୍ଦ୍ଧେନ୍ଦୁ ଶେଖର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ କୁପାରୀ ପଞ୍ଚାୟତ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଗଡଚଣ୍ଡୀ ସାଂସ୍କୃତିକ ପରିଷଦର ସଭାପତି ଶରତ କୁମାର ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ ଯୋଗ ଦେଇ ଯୁବ ବୈଜ୍ଞାନିକ ଅର୍ଦ୍ଧେନ୍ଦୁ କୁମାର ମହାରଣା ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ସେ ନିଜକୁ ଗର୍ବ ଅନୁଭବ କରିଥିଲେ । ସେ ଗବେଷଣା ସମୟରେ ରାଜ୍ୟ ତଥା ଦେଶ ପାଇଁ ନୂତନ ତଥ୍ୟ ଆଣିପାରିଲେ ଆମେ ନିଜକୁ ଗର୍ବ ଅନୁଭବ କରିବୁ ବୋଲି ପ୍ରକାଶ କରିଥିଲେ ।

 

ଯୁବ ବୈଜ୍ଞାନିକ ଅର୍ଦ୍ଧେନ୍ଦୁ ବର୍ତ୍ତମାନ ସମୁଦ୍ର ତଳେ ହାଇଡ୍ରୋ ଥର୍ମାଲ ଉପରେ ଅନୁସନ୍ଧାନ କରିବା ସହିତ ବିଶ୍ୱରେ ଲୋପ ପାଇବାକୁ ଯାଉଥିବା ବିଭିନ୍ନ ଖଣିଜ ପଦାର୍ଥର ବିକଳ୍ପରେ କିପରି ଏହା ଭରଣ କରିପାରିବ ସେ ଏଥିପ୍ରତି ଅଧିକ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଥିଲେ । ସେ ଜର୍ମାନ ସ୍ଥିତ କିଲ୍ ବିଶ୍ୱବିଦ୍ୟାଳୟରେ ଏଥିନେଇ ଅଧିକ ଗବେଷଣା କରିବେ । ଏହି ସମ୍ବର୍ଦ୍ଧନା ସଭାରେ କୁପାରୀ ସରପଞ୍ଚ ଭବଜୋତ୍ସ୍ନା ନାୟକ, ସମିତିସଭ୍ୟ ସୁନିତା ସାହୁ, ଆଶା, ଅଙ୍ଗନବାଡି କର୍ମି ଓ ୱାଡ଼ସଭ୍ୟଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି ଅବସରରେ ଯୁବ ବୈଜ୍ଞାନିକ ଅର୍ଦ୍ଧେନ୍ଦୁଙ୍କୁ ମାନ ପତ୍ର ଓ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published.