ବିଶ୍ୱରେ ଭୟଙ୍କର ହୋଇପାରେ ଖାଦ୍ୟ ସଙ୍କଟ, ଚିନ୍ତା ପ୍ରକଟ କଲା ଆଇଏମ୍ଏଫ୍

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭରୁ ବିଭିନ୍ନ ଦେଶ ଖାଦ୍ୟ ଏବଂ ଇନ୍ଧନ ସମେତ ଅତ୍ୟାବଶ୍ୟକ ଦ୍ରବ୍ୟର ରପ୍ତାନିରେ ହ୍ରାସକୁ ନେଇ ଉଦବେଗ ପ୍ରକାଶ କରିଛି । ରାଷ୍ଟ୍ରଗୁଡ଼ିକର ଏଭଳି ପଦକ୍ଷେପ ଦ୍ୱାରା ବିଶ୍ୱ ଦରବୃଦ୍ଧି ଆହୁରି ତେଜିବ ଏବଂ ବଜାରରେ ଅସ୍ଥିରତା ବଢ଼ିଯିବ । ତେବେ ଗହମ ରପ୍ତାନି କଟକଣାକୁ ସାମାନ୍ୟ କୋହଳ କରିବା ଏବଂ କିଛି ସାମଗ୍ରୀକୁ ଅନୁମତି ଦେବା ପାଇଁ ଆଇଏମ୍‌ଏଫ ଭାରତ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛି । ଆଇଏମ୍ଏଫ୍ ମୁଖପାତ୍ର ଗେରି ରାଇସ୍ ୱାଶିଂଟନର ଗଣମାଧ୍ୟମକୁ କହିଛନ୍ତିଯେ ଖାଦ୍ୟ ସାମଗ୍ରୀ, ଇନ୍ଧନ ଏବଂ ସାର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ଭଳି ପଦକ୍ଷେପ ନେଇ ଆମେ ଚିନ୍ତିତ ।

ବିଶ୍ୱ ସ୍ତରରେ ମୂଲ୍ୟ ବୃଦ୍ଧି ଏବଂ ବଜାରର ଅସ୍ଥିରତା ପାଇଁ ଏହି ପଦକ୍ଷେପ ସବୁଠାରୁ ବଡ କାରଣ ହୋଇପାରେ । ତେଣୁ ଏହି ପ୍ରସଙ୍ଗକୁ କେବଳ ଭାରତରେ ସୀମିତ ରଖିବା ଦ୍ୱାରା ଦେଖାଯିବା ଉଚିତ୍ ନୁହେଁ । ଭାରତ ସହ ଜଡିତ ଏକ ପ୍ରଶ୍ନ ଉପରେ ରାଇସ୍ କହିଛନ୍ତିଯେ ୟୁକ୍ରେନରେ ଯୁଦ୍ଧ ଆରମ୍ଭରୁ ପ୍ରାୟ ୩୦ ଟି ଦେଶ ଖାଦ୍ୟ ଶସ୍ୟ ଏବଂ ଇନ୍ଧନ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ରପ୍ତାନି ହ୍ରାସ କରିଛନ୍ତି । ତେଣୁ ଆମେ ଏହାକୁ ନେଇ ବହୁତ ଚିନ୍ତିତ। ରାଷ୍ଟ୍ରଗୁଡ଼ିକର ଏହି ସୁରକ୍ଷାବାଦୀ ନୀତି ସ୍ଥିତିକୁ ଅତି ଖରାପ କରିଦେବ । ଆଇଏମ୍‌ଏଫ୍‌ ଏମ୍‌ଡି କ୍ରିଷ୍ଟାଲିନା ଜଜିର୍ଭା ମଧ୍ୟ ଏ ପ୍ରସଙ୍ଗରେ ବାରମ୍ବାର ଚିନ୍ତା ପ୍ରକଟ କରି ଆସୁଛନ୍ତି । ଆଇଏମ୍‌ଏଫ୍‌ର ପ୍ରଥମ ଡେପୁଟି ଏମ୍‌ଡି ଗୀତା ଗୋପୀନାଥ ବି ଗୁରୁବାର ଏହା ଉପରେ ମତ ରଖିଥିଲେ । ଭାରତ ଏହାର କଟକଣାକୁ କୋହଳ କରି କିଛି ପରିମାଣର ଗହମ ରପ୍ତାନି କରିବା ପାଇଁ ଅନୁମତି ଦେଇଛି । ଏହା ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ବୋଲି ଆଇଏମ୍‌ଏଫ୍‌ ମୁଖପାତ୍ର ପ୍ରକାଶ କରିଛନ୍ତି । ଆଗକୁ ମଧ୍ୟ ଭାରତ କଟକଣାକୁ ଆହୁରି କୋହଳ କରିବା ନେଇ ଆମେ ଆଶାବାଦୀ ଅଛୁ ବୋଲି ସେ କହିଛନ୍ତି । ଖାଲି ଭାରତ ନୁହେଁ ଅନ୍ୟ ଦେଶଗୁଡ଼ିକ ବି ସମାନ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ରଖିଛୁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published.