ମାର୍କେଟକୁ ଆସିବ କ୍ରେଟାର ନୂଆ ମଡେଲ

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ଭାରତରେ ଏସୟୁଭିର ଚାହିଦା ବଢିବାରେ ଲାଗିଛି ।  କାର୍ ନିର୍ମାତାଙ୍କ ମଧ୍ୟରେ ଏସୟୁଭି ନିର୍ମାଣ ପାଇଁ ରେସ୍ ଲାଗିଛି ।  ଲଗାତର ଗୋଟିଏ ପରେ ଗୋଟିଏ ନୂଆ ନୂଆ ଏସୟୁଭି ମାର୍କେଟକୁ ଆସୁଛି । ଏହାମଧ୍ୟରେ ଅଗ୍ରଣୀ କାର୍ ନିର୍ମାତା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ ଏବେ କ୍ରେଟାର ନୂଆ ମଡେଲ ଲଞ୍ଚ୍ କରିବାକୁ ଯାଉଛି । କ୍ରେଟା ହେଉଚି ହ୍ୟୁଣ୍ଡାଇର ବେଷ୍ଟ୍ ସେଲିଂ ଏସୟୁଭି ଅଟେ ।

ହ୍ୟୁଣ୍ଡାଇ କ୍ରେଟାର ଫେସଲିଫ୍ଟ୍ ଭାରିଆଣ୍ଟ ନୂଆ ଫିଚର୍ସ ସହ ଆସିବ । ରିପୋର୍ଟ ଅନୁସାରେ, ଏଥିରେ କିଛି ନୂଆ ଫିଚର୍ସ ଦେଖିବାକୁ ମିଶିବ । ଏଥିରେ ଇଣ୍ଟିଗ୍ରେଟେଡ୍ ଡିଆରଏଲ ଦେଖିବାକୁ ମିଳିବ । ନୂଆ ଡିଜାଇନରେ ତମ୍ପାନୀ ଫ୍ରଣ୍ଟ୍ ବମ୍ପର ଦେଇପାରେ । ଏହାର ଇଣ୍ଟେରିୟର ଡିଜାଇନରେ ବ୍ଲାକ୍ ଓ ବ୍ରାଉନ୍ କଲର ଅପ୍ସନ ମିଳିବ । ଆସନ୍ତା ବର୍ଷ ଏହାକୁ ବଜାରରେ ପ୍ରବେଶ କରାଯିବ । ନୂଆ କ୍ରେଟା ଅପଡେଟେଡ୍ ଡ୍ୟାସବୋର୍ଡ ସହ ଆସିବ । ଏଥିରେ ଓ୍ୱାଇରଲେସ୍ ଆଣ୍ଟ୍ରୋଏଡ୍ ଅଟୋ ଓ ଆପଲ କାର୍ ପ୍ଲେ ସପୋର୍ଟ, ଟଚ୍ ସ୍କ୍ରିନ୍ ଡିସପ୍ଲେ ସିଷ୍ଟମ ଦେଖିବାକୁ ମିଳିବ । ଏହାସହ ପାନାରୋମିକ୍ ସନରୁଫ୍ ରହିବ । ବୋସର ସାଉଣ୍ଡ ସିଷ୍ଟମ ମଧ୍ୟ ଉପଲବ୍ଧ ହେବ । ଏଥିରେ ଆଡଭାନ୍ସଡ୍ ଆସିଷ୍ଟାଣ୍ଟ୍ ସିଷ୍ଟମ ଦେଖିବାକୁ ମିଳିବ । ଏହାବ୍ୟତୀତ ଅଟୋମେଟିକ୍ କ୍ଲାଇମେଟ୍ କଣ୍ଟ୍ରୋଲ, ପୁସ୍ ଷ୍ଟାର୍ଟ୍ ଅପ୍ ବଟନ, ଡ୍ରାଇଭ୍ ଓ ଟ୍ୟାକ୍ସନ ମୋଡ୍ ଭଳି ଫିଚର୍ସ ମିଳିବ । ଆହୁରି ମଧ୍ୟ ସୁରକ୍ଷା ପାଇଁ କମ୍ପାନୀ ଛଅ ଟି ଏୟାରବ୍ୟାଗ୍, ଇବିଡି, ଏବିଏସ ଭଳି ଫିଚର୍ସ ଦେଇଛି । ଏହା ୧.୫ ଲିଟର୍ ନ୍ୟାଚୁରାଲି ଆସ୍ପିରେଟେଡ୍ ଭାରିଆଣ୍ଟ ସହ ଆସିବ । ଏହା ଉଭୟ ପେଟ୍ରୋଲ ଓ ଡିଜେଲରେ ଉପଲବ୍ଧ ହେବ । ଏହାସହ ୬ ସ୍ପିଡ୍ ମାନୁଆଲ୍ ଗିଅର ବକ୍ସ, ଟ୍ରାନ୍ସମିସନ୍ ଅପ୍ସନ ବି ମିଳିବ ।

Leave a Reply

Your email address will not be published.